Monday , March 27 2023
Breaking News
Home / ବିଶେଷ / ସାନ୍ତସାହି-ଗଣ୍ଡାକିଆ ରାସ୍ତା ଦବିଲା

ସାନ୍ତସାହି-ଗଣ୍ଡାକିଆ ରାସ୍ତା ଦବିଲା

କେନ୍ଦ୍ରାପଡ଼ା, ୧୩/୦୫/୨୦୨୨( ଓଡ଼ିଶା ସମାଚାର )-ମାତ୍ର ୨/୩ମାସ ତଳେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବହୁ ଚର୍ଚ୍ଚିତ ସାନ୍ତସାହି-ଗଣ୍ଡାକିଆ ରାସ୍ତାର କଂସାର-ସାହାସପୁର ହାଇସ୍କୁଲ ସମ୍ମୁଖ ଭାଗ ରାସ୍ତାଟି ଦବି ଯାଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସେହି ରାସ୍ତାଟି ନିକଟରେ ଠିକାଦାର ଶିବ ପ୍ରସାଦ ପରିଡାଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା । ସେହି ରାସ୍ତାଟି ନିର୍ମାଣ ସମୟରେ ସଂପୃକ୍ତ ପ୍ରକଳ୍ପର ଅଟ୍ଟକଳ ଅନୁଯାଇ ଆବଶ୍ୟକ ମୁତାବକ ମାଟି ଓ ବାଲି ପକାନଯିବା ସହିତ ନିମ୍ନମାନର ସାମଗ୍ରୀ ବ୍ୟବହାର ନେଇ ବହୁ ଗୁରୁର ଅଭିଯୋଗ ହୋଇଥିଲା । କିନ୍ତୁ ସଂପୃକ୍ତ ବିଭାଗ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଫଳରେ ସେହି ରାସ୍ତାର ବହୁ ସ୍ଥାନରେ ଏଭଳି ଘଟଣା ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଛି । ପ୍ରାୟ ୧୧କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ଏହି ରାସ୍ତାଟି ଅଟ୍ଟକଳ ଅନୁଯାଇ ରାସ୍ତା ନିର୍ମାଣ ହୋଇନଥିବା ମଧ୍ୟ ଅଭିଯୋଗ ହୋଇଛି । ସେହିରାସ୍ତାର କଂସାର-ସାହାସପୁର ହାଇସ୍କୁଲ ନିକଟରେ ରାସ୍ତା ଦବି ଯିବା ଦ୍ୱାରା ସେହି ରାସ୍ତାରେ ଦୈନିକ ଦୂର୍ଘଟଣା ଘଟି ଧନଜୀବନ ହାନୀ ହେଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଫକିର ଚରଣ ଖଟୁଆ, ନିରଞ୍ଜନ ପରିଡା, କବି ଚନ୍ଦ୍ର ବିଶ୍ୱାଳ, ବୈଷ୍ଣବ ଚରଣ ସ୍ୱାଇଁ, ରବିନ୍ଦ୍ର ସ୍ୱାଇଁ, ଶଙ୍କର୍ଷଣ ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର

 

Leave a Reply

Your email address will not be published.