ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟଜଳ, ଆବାସ ଯୋଜନା,ଗମନାଗମନ ଏଠି ସାତ ସପନ
କଳାହାଣ୍ଡି,୧୩/୦୫/୨୨ (ଓଡିଶା ସମାଚାର /ସଂଜୟ ସିଂହ)-କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ ଜୁନପାଣି ଗାଁ । ବ୍ଲକ ଠାରୁ ମାତ୍ର ଦଶ କିଲୋମିଟର, ତଥା ଇନ୍ଦ୍ରାବତୀ ବିଦୁତ ପ୍ରକଳ୍ପ ଠାରୁ ମାତ୍ର ତିନି କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁ । କେନ୍ଦ୍ର ଏବଂ ରାଜ୍ୟ ସରକାର ଯୋଜନା ଉପରରେ ଯୋଜନା କରିଚଳୁଥିବା ବେଳେ ବର୍ତ୍ତମାନ ଏ ପର୍ୟ୍ୟନ୍ତ ଗାଁ ଲୋକଙ୍କ ପାଇଁ ଯୋଜନା ସାତ ସପନ ପାଲଟିଛି । ଗାଁ ଗାଁ ରେ ବିକାଶ ନେଇ ସରକାର ଡିଣ୍ଡିମ ପିଟି ବହା ବାହା ନେଉଥିବା ବେଳେ ଏଠି ଗାଁଆ ର ବିକାଶ ଚିତ୍ର କିଛି ଅଲଗା ଦେଖାଜାଉଛି । ଏଠି ଗାଁ ଲୋକେ ନିଜ ଭାଗ୍ୟ କୂ ଆଦରୀ ରହୁଥିବା ପ୍ରକାଶ କରିଛନ୍ତି। ଗାଁ ଲୋକଙ୍କ ମୁଖ୍ୟ ପେଶା ହେଲା ପଥର ଫୁଟାଇବା, ପାହାଡ଼ ଖେତ ରେ ଧାନ, ମାଣ୍ଡିଆ, କୋଲଥ, ଉତ୍ପାଦନ କରି ଜୀବିକା ନିର୍ବାହ କରୁଥିବା ପ୍ରକାଶ କରିଛନ୍ତି। ଗାଁ ରେ ରହିଛି ବହୁ ସମସ୍ୟା । ପାନୀୟ ଜଳର ବ୍ୟବସ୍ଥା ନଥବାରୁ ନାଳ ପାଣି
ବ୍ୟବହାର କରୁଥିବା ପ୍ରକାଶ କରିଛନ୍ତି ।ବିଦ୍ୟାଳୟ ନ ଥିବାରୁ ୨୫ ରୁ ଅଧିକ ପିଲା ତିନି ରୁ ଚାରି କିଲୋମିଟର ଦୁର୍ଗମ ରାସ୍ତା ଦେଇ ଘେନୁଗୁଡାକୁ ଗ୍ରାମ କୁ ପଢିବାକୁ ଯାଆନ୍ତି।ସ୍ଵାସ୍ଥ କଥା ନ କହିବା ଭଲ । ବହୁ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ରହିଛନ୍ତି। ଯଦ୍ୱାରା ଭଙ୍ଗା ଦଦରା ଘରେ ଜୀବନ ବିତାଉଛନ୍ତି। ଗାଁ କୁ ଭଲ ରାସ୍ତାଟିଏ ନଥିବାରୁ ବହୁ ଅସୁବିଧା ର ସମ୍ମୁଖିନ ହେଉଥିବା ଆଦିବାସୀ ଗୀତ ଗାଇ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ସରକାର ଏହି ଗ୍ରାମ ପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବି ମହଲ ରେ ମଧ୍ୟ ଦାବି ହେଉଛି। ଓଡିଶା ସମାଚାର