ସନ୍ଦେହ ଜନକ ମୃତ୍ୟୁ
ନିରାକାରପୁର, ୧୩/୦୫/୨୦୨୨( ଓଡ଼ିଶା ସମାଚାର )- ଖୋର୍ଦ୍ଧା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱର ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ଭଡା ଘରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି ।ମୃତକ ଜଣଙ୍କ କନ୍ଧମାଳ ର ପ୍ରଭଜଂନ ମଲ୍ଲିକ।ମୃତକ ଜଣଙ୍କ ଖୋର୍ଦ୍ଧା ରେ ରୁହୁଥିବା ବେଳେ ସେ ଏଠାକୁ ତାଙ୍କ ସାଙ୍ଗ ପାଖକୁ ବୁଲିବାକୁ ଆସିଥିଲେ।ରାତିରେ ତାଙ୍କ ର ମୃତ୍ୟୁ ଘଟିଥିବା ଜଣାପଡିବା ପରେ ନିରାକାରପୁର ପୋଲିସ ଆଇଆଇସି ଗୀତାଞ୍ଜଳୀ ନାୟକ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛି।ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି।ହେଲେ ଯୁବକ ଜଣଙ୍କ ର ମୃତ୍ୟୁ କେମିତି ହୋଇଛି ଜଣା ପଡିନାହିଁ।ମୃତକର ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଥିବା ଜଣାପଡିଛି। ଓଡ଼ିଶା ସମାଚାର