Monday , March 27 2023
Breaking News
Home / ତାଜା ଖବର / ବାଇକ୍ ଦୁର୍ଘଟଣାରେ କନ୍ଧମାଳ ସାଂସଦ ପ୍ରତିନିଧିଙ୍କ ମୃତ୍ୟୁ

ବାଇକ୍ ଦୁର୍ଘଟଣାରେ କନ୍ଧମାଳ ସାଂସଦ ପ୍ରତିନିଧିଙ୍କ ମୃତ୍ୟୁ

ବାଲିଗୁଡା,୧୩/୦୫/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା କାମ୍ବାଏଜୁ ଛକରେ ମୋଟର ସାଇକେଲ ଦୁର୍ଘଟଣାରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦାରିଙ୍ଗବାଡ଼ି ବ୍ଲକ ପ୍ରତିନିଧି କ୍ଷେତ୍ରୀବଳ ନାୟକଙ୍କ ମୃତ୍ୟ ଘଟିଛି । ସୂଚନା ପ୍ରକାରେ ଗତକାଲି ରାତିରେ କ୍ଷେତ୍ରୀବଳ ନାୟକ ନିଜ ଘର ପାଙ୍ଗାଲି ଗ୍ରାମକୁ ନିଜର ମୋଟରସାଇକେଲ ଯୋଗେ ଫେରୁଥିବା ସମୟରେ ପ୍ଲିହେରି ଗ୍ରାମ ନିକଟ କାମ୍ବାଏଜୁ ଛକରେ ଏକ ଛେଳିକୁ ଧକ୍କା ଦେଇ ଦୁର୍ଘଟଣା ହୋଇଥିଲା । ଫଳରେ କ୍ଷେତ୍ରୀବଳ ରାସ୍ତା ଉପରେ ପଡ଼ି ଗୁରୁତର ଆହତ ହୋଇଥିଲେ । ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନା ନିଆଯାଇଥିଲା ଏବଂ ଚିକିତ୍ସା ଚାଲିଥିବା ବେଳେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟ ଘଟିଥିବା ସୂଚନା ମିଳିଛି । ତାଙ୍କ ବିୟୋଗରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଓ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । କ୍ଷେତ୍ରୀବଳଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି ।ଓଡ଼ିଶା ସମାଚାର

Leave a Reply

Your email address will not be published.