Saturday , May 21 2022
Home / ବିଶେଷ / ଦାରୁପ୍ରାପ୍ତି ସ୍ଥାନରେ ବାର୍ଷିକ ଉତ୍ସବ ଓ ମହାଯଜ୍ଞ

ଦାରୁପ୍ରାପ୍ତି ସ୍ଥାନରେ ବାର୍ଷିକ ଉତ୍ସବ ଓ ମହାଯଜ୍ଞ

ଭୁବନେଶ୍ୱର, ୧୩/୦୫/୨୦୨୨( ଓଡ଼ିଶା ସମାଚାର )-ଖୋର୍ଦ୍ଧାର ଦାରୁପ୍ରାପ୍ତିସ୍ଥାନ ଦଧିମାଛ ଗାଡ଼ିଆ ଦାରୁବ୍ରହ୍ମ ଶ୍ରୀ ଜଗନ୍ନାଥ ମନ୍ଦିର ଉନ୍ନୟନ ସମିତି ପକ୍ଷରୁ ମନ୍ଦିର ପ୍ରତିଷ୍ଠାର ଚତୁର୍ବିଂଶତମ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ମହାଯଜ୍ଞରେ ପ୍ରତିଦିନ ବିଭିନ୍ନ ସାଧୁ ସନ୍ଥଙ୍କ ଦ୍ୱରା ପ୍ରବଚନ ଓ ଭଜନ କିର୍ତନ କରାଯାଇଥିଲା । ଏଥିରେ ନ୍ୟାୟଧୀଶ ବିରଜା ପ୍ରସନ୍ନ ଶତପଥୀ ଓ ତାଙ୍କ ଧର୍ମପତ୍ନୀ ପୂର୍ଣ୍ଣାହୂତି କାର୍ଯ୍ୟରେ ସାମିଲ ହେବା ସହ ଉତ୍ସାହିତ କରିଥିଲେ । ଶେଷ ଦିବସରେ “ଗୋପରେ ବଢ଼ୁଚି କଳା କହ୍ନେଇ” କୃଷ୍ଣଲୀଲା ପରିବେଷଣ କରାଯାଇଥିଲା । ପ୍ରକାଶ ଥାଉକି, ୧୯୯୬ମସିହାରେ ଏହି ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ଦାରୁ ପ୍ରାପ୍ତି ହୋଇଥିଲା । ଏହି ଅବସରରେ ଶ୍ରୀରାମ ଚରିତ ମାନସ ପରାୟଣ ପାଠ, ହନୁମାନ ଚାଳିଶା ପାଠ, ଭଜନ, ପୂର୍ଣ୍ଣାହୁତି କରାଯାଇଥିଲା । ଏଥିରେ ବହୁ ଖ୍ୟାତନାମା ପ୍ରବଚକ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ବର୍ଷା ଦିନ ପୂର୍ବରୁ ଚିତ୍ରୋତ୍ପଳା ନଦୀରେ ପଥର ପ୍ୟାକିଙ୍ଗ ଓ ବୁରୁଜ ନିର୍ମାଣ ସରିବା ନେଇ ଆଶଙ୍କା 

ଗରଦପୁର, ୨୦/୦୫/୨୦୨୨( ଓଡ଼ିଶା ସମାଚାର )-ପାଟକୁରା ନିକଟରେ ଚିତ୍ରୋତ୍ପଳା ଦକ୍ଷିଣ ପାଶ୍ୱର୍ ନଦୀ ତୀରରେ ୪କୋଟି ୮୦ ଲକ୍ଷ ଟଙ୍କା …

Leave a Reply

Your email address will not be published. Required fields are marked *