ଭୁବନେଶ୍ୱର,୧୨/୦୫/୨୦୨୨(ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଉପକଂଠ ବରମୁଣ୍ଡା ମେଲଣ ପଡ଼ିଆରେ ଡକାୟତି ଯୋଜନା କରୁଥିବା ସମୟରେ ପୋଲିସ ଚଢ଼ାଉ କରି ଦୁର୍ଦ୍ଧାନ୍ତ ଅପରାଧି ଚକରା କୁ ଏନକାଉଂଟର କରିଛି । ହେଲେ ଅପରାଧି ଙ୍କୁ ଏହି ଏନକାଉଂଟର ର ଭୟ ଥିବା ପରି ମନେ ହେଉନାହିଁ । ଆଜି ରାଜଧାନୀରେ ପୁଣି ଲୁଟେରା ବନ୍ଧୁକ ଦେଖାଇ ଦମ୍ପତିଙ୍କଠାରୁ ସୁନା ଚେନ୍ ଲୁଟ୍ କରିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ନବରଙ୍ଗପୁରରୁ ଭୁବନେଶ୍ୱରକୁ ଆସିଥିବା ଦମ୍ପତିଙ୍କଠାରୁ ଲୁଟ୍ ହୋଇଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଏହି ଲୁଟ୍ କରିଥିବା କହିଛନ୍ତି ଦମ୍ପତି । ସ୍ୱାମୀ ଓ ପତ୍ନୀ ଦୁଇଜଣ ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ । ଚିକିତ୍ସା ସାରି ଫେରିବା ସମୟରେ ଲୁଟୋରା ମାନେ ସେମାନଙ୍କ ଠାରୁ ଲୁଟ୍ କରିଛନ୍ତି । ଲୁଟ୍ ସମୟରେ ମହିଳା ଜଣକ ପ୍ରତିବାଦ କରିବାରୁ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇଥିଲେ ଦୁର୍ବୃତ୍ତ । ପରେ ଏନେଇ ଥାନାରେ ଅଭିଯୋଗ ହେବାପରେ ଘଟଣାସ୍ଥଳରେ ନୟାପଲ୍ଲୀ ପୁଲିସ ଓ ସ୍ପେଶାଲ ସ୍କ୍ୱାଡ୍ ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ସମାଚାର