Thursday , May 26 2022
Breaking News
Home / ବିଶେଷ / ୮ ବର୍ଷ ପରେ ତାଲା ଭାଙ୍ଗି ଖୋଲା ହେଲା ମାଇକ୍ରୋ ଅଫିସ

୮ ବର୍ଷ ପରେ ତାଲା ଭାଙ୍ଗି ଖୋଲା ହେଲା ମାଇକ୍ରୋ ଅଫିସ

ଜୁନାଗଡ଼ , ୧୨/୦୫/୨୦୨୨(ଓଡିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ଏନ. ଏ. ସି ଠାରୁ ଭଡା ସୂତ୍ର ରେ ନେଇ ରୁମ ନଂ ୮୮ କୁ ଦୀର୍ଘ ବର୍ଷ ଧରି ଚଳେଇ ଆସୁଥିଲା ମାଇକ୍ରୋ ଫାଇନାନ୍ସ ଅଫିସ । ବିଭିନ୍ନ ଏସ.ଏଚ.ଜି ଗ୍ରୁପ ଋଣ ଓ ବ୍ୟାଙ୍କିଙ୍ଗ କାରବାର ଚଳେଇ ଆସୁଥିଲା । ହେଲେ ହଠାତ ଏହି ବ୍ୟାଙ୍କ ରୁଗ୍ଣ ହେବାରୁ ଗ୍ରାହକ ମାନଙ୍କୁ ଠକି ବ୍ୟାଙ୍କ କୁ ତାଲା ପକେଇ ରାତାରାତି ଚମ୍ପଟ ଛୁ କରିଥିଲେ ଏହି ବ୍ୟାଙ୍କ ର କର୍ମଚାରି । ଫଳରେ ୨୦୧୪ ଠାରୁ ଦୀର୍ଘ ବର୍ଷ ଧରି ଭଡା ରେ ନେଇଥିବା ଏନ.ଏ.ସି ରୁମ ତାଲାପଡି ରହିଥିଲା । ଦୀର୍ଘ ବର୍ଷ ଧରି ଅଫିସ ତାଲାପଡିଥିବାରୁ ଜୁନାଗଡ଼ ଏନ.ଏ.ସି ତରଫ ରୁ ସମ୍ପୃକ୍ତ ସଂସ୍ଥା କୁ ଏନ.ଏ.ସି ବାରମ୍ବାର ରୁମ ଖାଲି କରିବା ପାଇଁ ନୋଟିସ ଦେଇଥିଲେ ମଧ୍ୟ କୌଣସି ଉତ୍ତର ଆସିନଥିଲା । ଦୀର୍ଘ ୮ ବର୍ଷ ରୁ ଉର୍ଧ୍ଵ ହୋଇଯାଇଥିଲେ ମଧ୍ୟ ମାଇକ୍ରୋ ଫାଇନାନ୍ସ ସଂସ୍ଥା କୌଣସି ଉତ୍ତର ଦେଇନଥିବା ରୁ ଏବଂ ଜୁନାଗଡ଼ ଏନ.ଏ.ସି ଆର୍ଥିକ କ୍ଷତି ସହିବାରୁ ଶେଷରେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଏହି ଅଫିସ ର ତାଲା ଭାଙ୍ଗି ନିଜ ଅକ୍ତିଆର କୁ ନେବା କୁ ଜୁନାଗଡ଼ ଏନ.ଏ.ସି କାର୍ୟ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱମ୍ବର ମିଶ୍ର ଧର୍ମଗଡ଼ ଉପ-ଜ଼ିଲ୍ଲାପାଳ ଙ୍କୁ ଚିଠି ମାଧ୍ୟମ ରେ ଜଣେଇଥିଲେ । ଜୁନାଗଡ଼ ଏନ.ଏ.ସି ର ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ମଧ୍ୟ ଉପ-ଜ଼ିଲ୍ଲାପାଳ ଙ୍କୁ ସାକ୍ଷାତ କରି ଏହା ଉପରେ ଅବଗତ କରିଥିଲେ । ଫଳରେ ଧର୍ମଗଡ଼ ଉପ-ଜ଼ିଲ୍ଲାପାଳ ସଚିନ ପାୱାର ଆଜି ଉକ୍ତ ମାଇକ୍ରୋ ଫାଇନାନ୍ସ ଅଫିସ ଗୃହ ର ତାଲା ମାଜିଷ୍ଟ୍ରେଟ ଉପସ୍ଥିତି ରେ ଭାଙ୍ଗିବା ପାଇଁ ନିର୍ଦେଶ ଦେଇଥିଲେ । ଜୁନାଗଡ଼ ତହସିଲଦାର ବେଦବ୍ୟାସ ଭୋଇ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତି ରେ ଜୁନାଗଡ଼ ଏନ. ଏ.ସି କାର୍ୟ୍ୟନିର୍ବାହୀ ଅଧିକାରୀ ବିଶ୍ଵମ୍ବର ମିଶ୍ର, ଏନ.ଏ.ସି କର୍ମଚାରୀ ତଥା ଜୁନାଗଡ଼ ପୋଲିସ ଉପସ୍ଥିତି ରେ ମାଇକ୍ରୋ ଫାଇନାନ୍ସ ଅଫିସ ର ତାଲା ଭଙ୍ଗା ଯାଇ ଏନ.ଏ.ସି ନିଜ ଅକ୍ତିଆର କୁ ନେଇ ଥିଲା । ଓଡ଼ିଶା ସମାଚାର

About admin

Check Also

ଅସୁରକ୍ଷିତ ନଡିଆବରାଇ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ମରାମତି ପାଇଁ ଦାବି 

ଗରଦପୁର, ୨୬/୦୫/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ତହସିଲ ଅନ୍ତର୍ଗତ ନଡିଆବରାଇ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅସୁରକ୍ଷିତ ଅବସ୍ଥାରେ ଥିବାରୁ …

Leave a Reply

Your email address will not be published. Required fields are marked *