ନିରାକାରପୁର, ୧୨/୦୫/୨୦୨୨( ଓଡ଼ିଶା ସମାଚାର )-ସହିଦ ଓଡ଼ିଆ ବିଏସଏଫ ଯବାନ ଜୟ ପ୍ରକାଶ ମହାପାତ୍ର ମେଘାଳୟ ସିଲିଗଂରେ କାର୍ଯ୍ୟରତ ସମୟରେ ମୃତ୍ୟୁ ଘଟିଛି।ଆଜି ତାଙ୍କର ପାର୍ଥିବ ମରଶରୀରକୁ ନିଜ ଜନ୍ମମାଟି ନିରାକାରପୁର ଅରାଚଂଳ ଗ୍ରାମକୁ ଅଣାଯାଇ ଗାଁ ଶ୍ନଶାନରେ ଶେଷକୃତ୍ୟ ହୋଇଛି।ସହିଦ ଜୟପ୍ରକାଶଙ୍କ ସ୍କୃତି ଉଦେଶ୍ୟ ରେ ଆଜି ରାମମନ୍ଦିର ପରିସରରେ ନିରାକାରପୁର ସାମ୍ବାଦିକ ସଂଘ ଓ ରାମଦୟା ପରିଷଦ ପକ୍ଷରୁ ଏକ ଦୀପଦାନ କରି ଶୋକସଭା କରାଯାଇଛି।ଏହି ଦୀପଦାନ କାର୍ଯ୍ୟକ୍ରମ ରେ ସାମ୍ବାଦିକ ବିକ୍ରମ କେଶରୀ ସାହୁ,ଲଛମନ ନାୟକ, ହିମାଂଶୁ ଭୂଷଣ ଚମ୍ପତିରାୟ, ଶ୍ୟାମସୁନ୍ଦର ପଟ୍ଟନାୟକ, ବିଭୁତି ଭୂଷଣ ଦାଶ,ବାଲୁଙ୍କେଶ୍ୱର ବେହେରା, ସମାଜସେବୀ ପ୍ରଫୁଲ୍ଲ କୁମାର ଜେନା ରାମଦୟା ପରିଷଦ ସଂମ୍ପାଦକ ଗଗାଂଧର ତ୍ରିପାଠୀ ସହିତ ରାମଦୟା ପରିଷଦର ସଭ୍ୟମାନେ ଉପସ୍ଥିତ ଥିବା ବେଳେ ସୀତାରାମ ମହିଳା ଭଜନ ଗୂପ ମଂଜାରିଆ ପାଟଣା ଗ୍ରାମର ସମସ୍ତ ସଭ୍ୟମାନେ ଉପସ୍ଥିତ ରହି ସ୍ୱର୍ଗତ ଆତ୍ମା ର ସଦ୍ଗତି କାମନା କରି ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି। ଓଡ଼ିଶା ସମାଚାର
