Wednesday , March 29 2023
Home / ତାଜା ଖବର / BREAKING NEWS : ରାଜଧାନୀରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଆହତ

BREAKING NEWS : ରାଜଧାନୀରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଆହତ

ଭୁବନେଶ୍ୱର,୧୨/୦୫/୨୦୨୨( ଓଡ଼ିଶା ସମାଚାର )- ରାଜଧାନୀରେ କମିଶନରେଟ୍ ପୋଲିସ ର ଏନକାଉଣ୍ଟର । ପୋଲିସ ର ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଆହତ ହୋଇଛି ।ଆହତ ଚକରାକୁ ରାଜଧାନୀ ହସପିଟାଲରେ ଭର୍ତି କରାଯାଇଥିଲା । ପରେ ତାକୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଭୁବନେଶ୍ୱର ବରମୁଣ୍ଡା ମେଲଣ ପଡ଼ିଆରେ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ଓ ଖଣ୍ଡଗିରି ଥାନା ପୋଲିସ ମିଳିତ ଏନକାଉଣ୍ଟର କରିଛି । ପୋଲିସ ର ଗୁଳି ଚାକରାର ଡାହଣ ଗୋଡ଼ରେ ବାଜିଛି ।
ମିଳିଥିବା ସୂଚନା ଅନୁଯାୟୀ, ବରମୁଣ୍ଡା ମେଲଣ ପଡ଼ିଆରେ ଡକାୟତି ଯୋଜନା କରୁଥିବା ସମୟରେ ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ପୁଲିସ କୁ ଦେଖି ପ୍ରଥମେ ଚକରା ପୋଲିସ ଉପରକୁ ବୋମା ମାଡ଼ କରିଥିଲା । ଏହାର ଜବାବରେ ପୋଲିସ ଗୁଳି ଚଲାଇଥିଲା । ପୋଲିସ ଗୁଳିରେ ଚକରା ଆହତ ହୋଇଥିବା ବେଳେ ଗ୍ୟାଙ୍ଗର ଆହୁରି ୫ ରୁ ୬ ଜଣ ଅପରାଧୀ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରୁ ଦୁଇଟି ହାତ ତିଆରି ବନ୍ଧୁକ, ୪ରାଉଣ୍ଡ ଅଫୁଟା ଗୁଳି, ୬ ଟି ଅଫୁଟା ବୋମା, କାର ଭିତରୁ ୩ ଟି ମୋବାଇଲ ସହ ମଦ ବୋତଲ ଆଦି ପୋଲିସ ଜବତ କରିଛି । ଅପର ପକ୍ଷରେ ଚକରାର ସହଯୋଗୀ ଙ୍କ ବୋମା ମାଡ଼ରେ ୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ହସପିଟାଲ ରେ ତାଙ୍କ ଅବସ୍ଥା ଭଲ ଅଛି । ଭୁବନେଶ୍ୱରରେ ନୂତନ ଭାବେ ଡିସିପି ପ୍ରତୀକ ସିଂ ଦାୟିତ୍ୱ ନେବା ପରେ ଏହା ପ୍ରଥମ ଏନକାଉଣ୍ଟର । ଚକରା ନାମରେ ବିଭିନ୍ନ ସ୍ଥନେରେ ୨୦ ଟି ରୁ ଅଧିକ ଅପରାଧୀକ ମାମଲା ରହିଛି । ସେ ପୋଲିସ ର ମୋଷ୍ଟ ୱାନଟେଡ଼ ଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.