Thursday , March 23 2023
Home / ବିଶେଷ / ବେଣାଜୋରୀ ବଟରେ ସପ୍ତଦଶ ବିଶ୍ୱଶାନ୍ତି ମହାଯଜ୍ଞ

ବେଣାଜୋରୀ ବଟରେ ସପ୍ତଦଶ ବିଶ୍ୱଶାନ୍ତି ମହାଯଜ୍ଞ

କେନ୍ଦ୍ରାପଡ଼ା, ୧୨/୦୫/୨୦୨୨( ଓଡ଼ିଶା ସମାଚାର )-ମାଳିକା ସିଦ୍ଧ ଲୀଳାକ୍ଷେତ୍ର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ବେଣାଜୋରୀ ବଟ୍ଟରେ ସପ୍ତଦଶ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସୋମବାର ଯଜ୍ଞାଧିବାସ ଓ ଅଙ୍କୁରାରୋପଣ, ମଙ୍ଗଳବାର କଳସାଧିବାସ, ଜଳଯାତ୍ରା ଓ କର୍ମାରମ୍ଭ, ବୁଧବାର ଶ୍ରୀ ଶ୍ରୀ ବାସୁଦେବଙ୍କ ପୂଜା, ଶ୍ରୀମଦ ଭଗବତ୍ ଗୀତାପାଠ ଓ ଆହୁତି, ଗୁରୁବାର ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣଙ୍କ ପୂଜା, ବିଷ୍ଣୁ ସହସ୍ରନାମ ପାଠ ଏବଂ ଲକ୍ଷ୍ମୀନାରାୟଣଙ୍କ ବିବାହୋସôବ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଶ୍ରୀ ଶ୍ରୀ ସପ୍ତସତୀ ଚଣ୍ଡୀପାଠ ଓ ଆହୁତି, ଶନିବାର ଶ୍ରୀ ଶ୍ରୀ ରୁଦ୍ରାଭିଷେକ ଓ ଆହୁତି, ରବିବାର ସମସ୍ତ ମଣ୍ଡଳ ପୂଜା ଓ ଆହୁତି ପରେ ସୋମବାର ପୂର୍ଣ୍ଣାହୁତି, ପୂର୍ଣ୍ଣାଳତି, ପୁଷ୍ପାଞ୍ଜଳି ପ୍ରଦାନ କରାଯାଇ ଯଜ୍ଞ ସମାପନ ହେବ ବୋଲି ବେଣାଜୋରୀ ବଟ୍ଟ ସେବା ପରିଷଦର ସଭାପତି ରଞ୍ଜନ କୁମାର ମହାନ୍ତିଙ୍କ ଠାରୁ ଜଣାପଡିଛି । ଏହି ଅବସରରେ ପ୍ରତ୍ୟେହ ସକାଳେ ଦେବାଦେବୀଙ୍କ ସ୍ତୃତି ଓ ବେଦ ପାଠ, ଗୁରୁପୂଜା, ସୂର୍ଯ୍ୟପୂଜା, ଗୋପୂଜା ଓ ମଣ୍ଡଳ ପୂଜା ପ୍ରଭୃତି ଅନୁଷ୍ଠିତ ହେଉଛି । ସ୍ଥାନୀୟ ଭରତପୁର, ମେହେନ୍ଦିପୁର, ହରିଡାଦଣ୍ଡା, ଜଗନ୍ନାଥପୁର, ପାରାଚକ, ପଦାଲୋ, ମାଗୁରାଗଣ୍ଡ ପାଟଣା, କନ୍ତିଆ, ନୂଆସାହି, ନାନକାର, ଶ୍ୟାମସୁନ୍ଦରପୁର, ଅନ୍ତାଲୋ, ସହରପୁର, ନରିଲୋ ଓ ଚକ୍ରୋଡା ପ୍ରଭୃତି ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଓଡ଼ିଶା ସମାଚାର

Leave a Reply

Your email address will not be published.