ଜୁନାଗଡ଼ , ୧୨/୦୫/୨୦୨୨(ଓଡିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ବିଭିନ୍ନ ୱାର୍ଡରେ ପାନୀୟଜଳ ସମସ୍ୟା ଲାଗିରହିଛି।ପ୍ରଚଣ୍ଡ ତାତି ସହ ପାନୀୟ ଜଳ ସମସ୍ୟା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି।ଆଜି ଜୁନାଗଡ଼ ଏନଏସିର ୫ ନଂ ୱାର୍ଡ ଫୁଲଵାରୀ ପଡାର ଲୋକେ ନିଜ ପଡାରେ ପାନୀୟଜଳ ପହଞ୍ଚି ପାରୁନଥିବା ଓ ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ନଗରପାଳ ମୁକେଶ ଅଗ୍ରୱାଲଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।ଦାବିପତ୍ର ଗ୍ରହଣ କରି ନଗରପାଳ ଜନସ୍ୟାସ୍ଥ୍ୟ ବିଭାଗ ଯନ୍ତ୍ରୀଙ୍କୁ ସାମୟିକ ଭାବେ ଟେଙ୍କର ଯୋଗେ ଜଳଯୋଗାଣ ପାଇଁ ନିର୍ଦେଶ ଦେଇଥିଲେ।ଆଗାମୀ ଦିନରେ ଜଳଯୋଗାଣର ସ୍ଥାୟୀ ପ୍ରତିକାର କରାଯିବ ବୋଲି ନଗରପାଳ ମୁକେଶ ଅଗ୍ରୱାଲ ପ୍ରକାଶ କରିଛନ୍ତି। ଓଡିଶା ସମାଚାର