କେନ୍ଦ୍ରାପଡ଼ା, ୧୨/୦୫/୨୦୨୨( ଓଡ଼ିଶା ସମାଚାର )-ନିଖିଳ ଓଡିଶା ଅଦାଲତ ମୋହରିର ସଂଘ କଟକର ସଭାପତି ଗଗନ ବିହାରୀ ମଲ୍ଲଙ୍କ ଅକାଳ ବିୟୋଗ ହୋଇଯାଇଛି । ତାଙ୍କ ବିୟୋଗରେ କେନ୍ଦ୍ରାପଡା ସିଭିଲ୍ ଓ କ୍ରିମିନାଲ୍ ଅଦାଲତ ମୋହରିର୍ ସଂଘର ସଭାପତି ବନମାଳୀ ଷଢଙ୍ଗୀଙ୍କ ସଭାପତିତ୍ୱରେ ଅଦାଲତ ପରିସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିସଭାରେ ଉପଦେଷ୍ଟା କମିଟି ମୁଖ୍ୟ ବିଦ୍ୟାଧର ଦାସ, ଉପସଭାପତି କୈଳାସ ଚନ୍ଦ୍ର ଜେନା, ସମ୍ପାଦକ ପ୍ରତାପ ଚନ୍ଦ୍ର ରାଉତ, ରମେଶ ଚନ୍ଦ୍ର ଧଳଙ୍କ ସମେତ ଅନ୍ୟ ମୋହରୀର୍ମାନେ ଯୋଗଦେଇ ସ୍ୱର୍ଗତ ମଲ୍ଲଙ୍କ ଅମର ଆତ୍ମାର ସଦଗତି ନିମନ୍ତେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର