କନ୍ଧମାଳ,୧୨/୦୫/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଦଳ ବିରୋଧୀ କାର୍ଯ୍ୟ ଓ ଦଳରେ ବିଶୃଙ୍ଖଳା ପାଇଁ ବିଳମ୍ବରେ ହେଲେ ବି ବୁଧବାର ଜ଼ିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକ ର ପୂର୍ବତନ ଅଧ୍ୟକ୍ଷ ପ୍ରକାଶଚନ୍ଦ୍ର ପାତ୍ର, ପୂର୍ବତନ ବ୍ଳକ ଉପ ସଭାପତି ସୁବାସ ଚନ୍ଦ୍ର ପୃଷ୍ଟି, ବିଜେଡି ନେତା ସୁଧାଂଶୁ ପରା ସେଠ, ବିଶ୍ୱମ୍ବର ନାୟକ ପ୍ରମୁଖ ଚାରି ଜଣଙ୍କୁ ପଂଚାୟତ ନିର୍ବାଚନ ସମୟରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରିଛନ୍ତି । ଏ ନେଇ ବୁଧବାର ସଭାପତି ଶ୍ରୀକର୍ଣ୍ଣ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି । ଏମାନେ ଦଳୀୟ ପ୍ରାର୍ଥୀଙ୍କୁ ବିରୋଧ କରି ଅନ୍ୟ ପ୍ରାର୍ଥୀଙ୍କ ସପକ୍ଷରେ କୁଆଡେ ଭୋଟ ଦେବାଲାଗି ଭୋଟରଙ୍କୁ କହୁଥିଲେ । ଫଳରେ ଏ ନେଇ ଅଭିଯୋଗ ହେବାପରେ ଦଳ ପକ୍ଷରୁ ସେମାନଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି । ଓଡିଶା ସମାଚାର