Sunday , May 29 2022
Home / ବିଶେଷ / ତୁଳସୀକ୍ଷେତ୍ରରେ ପହଂଚିଲା ଶ୍ରୀବଳଦେବଜୀୟୁଙ୍କ ରଥକାଠ

ତୁଳସୀକ୍ଷେତ୍ରରେ ପହଂଚିଲା ଶ୍ରୀବଳଦେବଜୀୟୁଙ୍କ ରଥକାଠ

କେନ୍ଦ୍ରାପଡ଼ା, ୧୨/୦୫/୨୦୨୨( ଓଡ଼ିଶା ସମାଚାର )-କେନ୍ଦ୍ରାପଡାର ଆରାଧ୍ୟ ବଡଠାକୁର  ରୋହିଣୀ ନନ୍ଦନ  ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀୟୁଙ୍କ ଚଳିତବର୍ଷ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ ପାଇଁ ଆଠଗଡ ବନଖଣ୍ଡ ଅଧିନସ୍ଥ ନରସିଂହପୁର ପୁର୍ବ ବନାଂଚଳରୁ ୪୬୭.୨୬ ସିଫ୍ଟ ଶାଳକାଠ ଗୁରୁବାର ଶ୍ରୀବଳଦେବଜୀୟୁଙ୍କ ବଡଦାଣ୍ଡରେ ପହଂଚିଛି । ଦେବୋତର ସଂସ୍ଥାର କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଶାଳକାଠ ସଂଗ୍ରହ ନିମନ୍ତେ ଖଣ୍ଡୀୟ ବନଅଧିକାରୀ, ନରସିଂହପୁର, ଆଠଗଡର ପୁର୍ବାଂଚଳର ବନାଂଚଳ ଅଧିକାରୀ ଏବଂ ବନପାଳ ସହଯୋଗ କରିଥିଲେ । ଦେବୋତର ସଂସ୍ଥାର କର୍ମଚାରୀ ସୁବାଷ ଚନ୍ଦ୍ର ପରିଡା ଓ ବଳରାମ ଦାସ ନରସିଂହପୁର ବନାଂଚଳରେ ରହି ଏହି କାଠ ସଂଗ୍ରହ କରି ଏଠାରେ ପହଂଚାଇଥିଲେ । ଓଡ଼ିଶା ସମାଚାର

About admin

Check Also

ପହଣା ତିକନପୁର ନଦୀ ବନ୍ଧ ବିପର୍ଯ୍ୟସ୍ତ

ଗରଦପୁର, ୨୮/୦୫/୨୦୨୨( ଓଡ଼ିଶା ସମାଚାର )-ପହଣା ଠାରୁ ତିକନପୁର ପର୍ଯ୍ୟନ୍ତ ସାଢ଼େ ୩ କିମି ବାମ ପାଶ୍ୱର୍ ଚିତ୍ରୋପôଳା ନଦୀ …

Leave a Reply

Your email address will not be published. Required fields are marked *