Wednesday , May 18 2022
Breaking News
Home / ବିଶେଷ / ଜୁନାଗଡ଼ ଉଠାଦୋକାନିକୁ ଥଇଥାନ ଦାବି

ଜୁନାଗଡ଼ ଉଠାଦୋକାନିକୁ ଥଇଥାନ ଦାବି

ଜୁନାଗଡ଼,୧୨/୦୫/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ ) – ଜୁନାଗଡ଼ ନୂଆ ବସ ଷ୍ଟାଣ୍ଡ ଉଠା ଦୋକାନୀ ସଂଘ ତରଫରୁ ଥଇଥାନ ପାଇଁ ଏନଏସି ଅଧ୍ୟକ୍ଷ୍ୟ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ନୂଆ ବସ ଷ୍ଟାଣ୍ଡ ଉଠା ଦୋକାନୀ ମାନେ କ୍ଷୁଦ୍ର ବ୍ୟବସାୟ କରି ଜୀବିକା ନିର୍ବାହ କରୁଥିଲେ,ହେଲେ ବର୍ତମାନ ସେଠାରେ ସରକାର ଙ୍କ ତରଫରୁ ଏକ ଅତ୍ୟାଧୁନିକ ବସ ଷ୍ଟାଣ୍ଡ ବ୍ୟବସାୟିକ ବିପଣି ନିର୍ମାଣ କରାଯିବା ପ୍ରସ୍ତାବ ଅଛି । ଏଥିନେଇ ଉଠା ଦୋକାନୀ ଙ୍କୁ ସେଠାରୁ ହଟି ଯିବା ପାଇଁ ନୋଟିସ ହୋଇଛି। ଫଳରେ ଉଠାଦୋକାନୀ ପ୍ରଭାବିତ ହେବେ ଏବଂ ସେମାନେ ଜୀବିକା ହରାଇବେ । ଏଣୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ସ୍ଥାନୀୟ ନଗରପାଳ ଙ୍କୁ ଏକ ଦାବି ପତ୍ର ଦେଇଛନ୍ତି । ନଗରପାଳ ମୁକେଶ ଅଗ୍ରୱାଲ ସେମାଙ୍କୁ ନିଶ୍ଚିତ ଭାବେ ଥଇଥାନ ପାଇଁ ଶୀଘ୍ର ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଛନ୍ତି । ସେହିପରି ସଂଘ ପକ୍ଷରୁ ସ୍ଥାନୀୟ ତହସିଲଦାର ଙ୍କୁ ମଧ୍ୟ ଏକ ଦାବିପତ୍ର ଦେଇଛନ୍ତି । ଏଥିରେ ସଂଘର କର୍ମକର୍ତ୍ତା ସହ ଅନେକ ଉଠାଦୋକାନୀ ଉପସ୍ଥିତ ରହି ଥିଲେ । ଓଡ଼ିଶା ସମାଚାର

About admin

Check Also

ଭାଗବତ ଟୁଙ୍ଗି ରେ ଭଗବତ ଆଲୋଚନା ଓ ଭଜନ ସନ୍ଧ୍ୟା

 ନିଶ୍ଚିନ୍ତକୋଇଲି, ୧୮/୦୫/୨୦୨୨(ଓଡିଶା ସମାଚାର/ ଅଭୟ ଜେନା)- ନିଶ୍ଚିନ୍ତକୋଇଲି ବ୍ଲକ କଳମିଶ୍ରି ପଞ୍ଚାୟତ ଦାମୋଦରପୁର ଠାରେ ସ୍ଥାପିତ ଭାଗବତ ଟୁଙ୍ଗି ପରିସରରେ …

Leave a Reply

Your email address will not be published. Required fields are marked *