Friday , May 20 2022
Home / ବିଶେଷ / ଚୋରୀ ଅଭିଯୋଗରେ ସ୍ୱାମୀ ପରିତ୍ୟକ୍ତା ମହିଳା ଓ ତାଙ୍କ ପ୍ରେମିକ ଗିରଫ

ଚୋରୀ ଅଭିଯୋଗରେ ସ୍ୱାମୀ ପରିତ୍ୟକ୍ତା ମହିଳା ଓ ତାଙ୍କ ପ୍ରେମିକ ଗିରଫ

ଗରଦପୁର,୧୨/୦୫/୨୦୨୨( ଓଡ଼ିଶା ସମାଚାର )-ପାଟକୁରା ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମର ସୁଶାନ୍ତ କୁମାର ମଲ ଙ୍କ ଘରୁ ୧୦ ଲକ୍ଷ ଟଙ୍କାରୁ ଅଧିକ ସୁନା ଗହଣା ଚୋରୀ ଅଭିଯୋଗରେ ସେହି ଗ୍ରାମର ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳା କୁନୀଲତା ସାମଲ (୩୧) ଓ ତାଙ୍କ ପ୍ରେମିକ ତାଳସଙ୍ଗା ଗ୍ରାମର ନରେଶ ଦାସ (୩୪) ଙ୍କୁ ପାଟକୁରା ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ କିଛି ଦିନ ତଳେ ପଦ୍ମପୁର ଗ୍ରାମର ସୁଶାନ୍ତ ମଲ ଙ୍କ ଘରୁ ତାଙ୍କ ପତ୍ନୀ , ଭାଉଜ , ବୋଉ ଙ୍କର ଥିବା ସୁନା ହାର , ସୁନା ମୁଦି, ସୁନା ଚେନ୍  ଆଦି ୧୦ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ମୂଲ୍ୟର ସୁନା ଚୋରୀ ହୋଇଥିଲା । ଶୋଇବା ଘର ଆଲମିରା ରୁ ଚାବି ଖୋଲି ଗହଣାତକ ଚୋରୀ ହୋଇଥିଲା । ସୁଶାନ୍ତ ଙ୍କ ଘରେ ନିୟମିତ ଭାବରେ ତାଙ୍କ ପଡ଼ୋସୀ ଘରର ମହିଳା କୁନୀଲତା ସାମଲ ଚଳ ପ୍ରଚଳ ହୁଅନ୍ତି । କୁନୀଲତା ତାଙ୍କ ଘରେ ବିଶ୍ୱାସ ଜନ୍ମାଇ ଅବାଧ ଭାବରେ ଚଳ ପ୍ରଚଳ ହୁଅନ୍ତି । ଆଲମିରାରୁ ସୁନା ଚୋରୀ ହେବା ଜଣାପଡ଼ିବା ପରେ ଗତ ମାର୍ଚ ୨୪ ତାରିଖରେ ଗ୍ରାମ ଭଦ୍ର ଲୋକମାନଙ୍କୁ ଡ଼ାକି ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସେତେବେଳେ କୁନୀଲତା ସୁନା ଗହଣା ତକ ନେଇ ତାଙ୍କ ପ୍ରେମିକ ନରେଶ ଙ୍କ ସହଯୋଗରେ ମାର୍ଶାଘାଇ ର ଏକ ବ୍ୟବସାୟୀକ ବ୍ୟାଙ୍କ ରେ ବନ୍ଧକ ରଖି ଟଙ୍କା ଆଣିଥିବା ସ୍ୱିକାର କରିଥିଲା । ଏବଂ ବନ୍ଧକ ମୁକୁଳାଇ ଗହଣାତକ ଫେରାଇ ଦେବ ବୋଲି ପ୍ରତିଶୃତି ଦେଇଥିଲା । କିନ୍ତୁ ମାସକରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ କୁନୀଲତା ତାହା କରିନଥିଲା । ଅପରନ୍ତୁ ସୁଶାନ୍ତ ଏବଂ ତାଙ୍କ ପରିବାରଙ୍କୁ ନାନା ରକମ ଗାଳି ଗୁଲଜ ଓ ଧମକ ଦେଇଥିଲା । ଏ ସମ୍ପର୍କରେ ଗତ ୩ ତାରିଖରେ ସୁଶାନ୍ତ ୧୦ ଲକ୍ଷ ରୁ ଅଧିକ ଟଙ୍କା ର ଗହଣା ଚୋରୀ ସମ୍ପର୍କରେ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପାଟକୁରା ଥାନାରେ ଏହି ଅଭିଯୋଗ ଉପରେ ୧୯୮/୨୨ରେ ୩୪୧,୨୯୪,୩୭୯,୫୦୬, ୩୪ ଧାରାରେ ଏକ ମାମଲା ରୁଜୁ କରାଯାଇଥିଲା । ପୋଲିସ ତଦନ୍ତ ଆଧାରରେ ସ୍ୱାମୀ ପରିତ୍ୟକ୍ତା ମହିଳା କୁନୀଲତା ସାମଲ ଓ ତାଙ୍କ ପ୍ରେମିକ ନରେଶ ଦାସଙ୍କୁ ଥାନାକୁ ଆଣି ଘଟଣା ସମ୍ପକରେ ଅନୁସନ୍ଧାନ କରିଥିଲେ । ଚୋରୀ ସମ୍ପର୍କରେ ଅଧିକ ତଦନ୍ତ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କେନ୍ଦ୍ର୍ରାପଡ଼ା ଏସଡ଼ିଜେଏମ କୋର୍ଟ କୁ ଚାଲାଣ କରିଥିଲା । କୋର୍ଟ ରେ ଜାମିନ ନାମଂଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।  ଓଡ଼ିଶା ସମାଚାର

About admin

Check Also

ଆଦର୍ଶ ଶିକ୍ଷକ ଙ୍କ ଏକାଦଶାହ ରେ ଗଭୀର ଶ୍ରଦ୍ଧାଞ୍ଜଳି

ନିଶ୍ଚିନ୍ତକୋଇଲି ,୧୯/୦୫/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷକ ରବୀନ୍ଦ୍ର ନାଥ ସ୍ୱାଇଁ ଙ୍କ ଏକାଦଶାହ …

Leave a Reply

Your email address will not be published. Required fields are marked *