ନିଶ୍ଚିନ୍ତକୋଇଲି, ୧୨/୦୫/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- କଳମିଶ୍ରି ପଂଚାୟତ ଦାମୋଦର ପୁର ଗ୍ରାମରେ ନୂତନ ଭାବେ ଗୋରେଖ ନାଥ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମବାସୀ ତଥା ଶ୍ରଦ୍ଧାଳୁ ଭକ୍ତମାନଙ୍କ ସହଯୋଗ ରେ ପ୍ରତିଷ୍ଠା କାର୍ୟ୍ୟ ସମ୍ପନ୍ନ ହୋଇଛି । ଗୁରୁବାର ପ୍ରତିଷ୍ଠା ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ସମ୍ପୂର୍ଣ୍ଣ ହୋଇଯାଇଛି ।
ଏହି ତ୍ରିଦିବସୀୟ ଉତ୍ସବ ରେ ପ୍ରତ୍ୟହ ସନ୍ଧ୍ୟା ରେ ସଂକୀର୍ତନ ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଉପସ୍ଥିତ ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କ ପାଇଁ ଆନନ୍ଦ ବଜାର ରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର