ଭୁବନେଶ୍ୱର,୧୨/୦୫/୨୦୨୨( ଓଡ଼ିଶା ସମାଚାର )- ଜୁଲାଇ ୧ରେ ଓଡ଼ିଶାର ୩ ଜଣ ସାଂସଦଙ୍କ କାର୍ୟ୍ୟକାଳ ସରୁଛି । ସେହି ୩ ଜଣ ହେଉଛନ୍ତି ଏନ.ଭାଷ୍କର ରାଓ, ସସ୍ମିତ ପାତ୍ର ଏବଂ ପ୍ରସନ୍ନ ଆଚାର୍ୟ୍ୟ । ଏହି ୩ ଖାଲିପଡ଼ୁଥିବା ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଜୁନ ୧୦ରେ ଏହି ତିନୋଟି ଆସନ ପାଇଁ ମତଦାନ ହେବ । ସକାଳ ୯ଟାରୁ ଅପରାହ୍ଣ ୪ଟା ଯାଏଁ ମତଦାନ ହେବ । ତେବେ ମେ’ ୨୪ରେ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ମେ ୩୧ । ଜୁନ ୧ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ଜୁନ ୩ ପ୍ରାର୍ଥୀପତ୍ର ପତ୍ୟାହାରର ଶେଷ ତାରିଖ। ଏହାପରେ ଜୁନ ୧୦ରେ ଏହି ସବୁ ଆସନ ପାଇଁ ମତଦାନ ହେବ। ଏହାପରେ ଜୁନ ୧୦ ତାରିଖ ସଂଧ୍ୟା ୫ଟା ପରେ ଭୋଟ ଗଣନା ଆରମ୍ଭ ହେବ । ଓଡ଼ିଶା ସମାଚାର