ଗରଦପୁର,୧୧/୦୫/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଲକ୍ ରାମଚନ୍ଦ୍ରପୁର ପଂଚାୟତ କଉଡ଼ିଆବରାଇସ୍ଥିତ ଚାଚାଜୀ ନୋଡ଼ାଲ ପ୍ରାଥମିକ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ୍ ସହ ଶିକ୍ଷାଧିକାରୀ ଗତିକୃଷ୍ଣ ଦାସ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଉତ୍ସବରେ ପ୍ରଧାନ ଶିକ୍ଷକ ଡ଼ମ୍ବରୁଧର ପଣ୍ଡା ସଭାପତିତ୍ୱ କରିଥିବାବେଳେ ପଂଚାୟତର ସରପଂଚ ନିର୍ମଳା ନାୟକ , ବ୍ଲକ ଶିକ୍ଷାଧିକାରୀ ଅଜୟ କୁମାର ସେଠୀ ଶିକ୍ଷଣ ସାମଗ୍ରୀ ର ଉପାଦେୟତା ସମ୍ପର୍କରେ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ବୁଝାଇ କହିଥିଲେ । ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ଉଦଯାପନ ଦିବସରେ ବ୍ଲକ୍ ଶିକ୍ଷକ ସଂଯୋଜିକା ଲୋପାମୁଦ୍ରା ପଣ୍ଡା ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ର ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିବାବେଳେ ତିକନପୁର କ୍ଲଷ୍ଟର ସିଆରସିସି କରୁଣାକର ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର
Check Also
ସ୍କୁଲଜମି ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ
ତାରପୁର, ୨୩/୦୫/୨୦୨୨( ଓଡ଼ିଶା ସମାଚାର )- ରଘୁନାଥପୁର ସ୍ଥିତ ସର୍ବପୁରାତନ ସ୍କୁଲ ପୂର୍ଣ୍ଣଚନ୍ଦ୍ର ବିଦ୍ୟାମନ୍ଦିରର ଜମି ଘଟଣାକୁ ନେଇ କିଛି …