ଗରଦପୁର,୧୧/୦୫/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଲକ୍ ତଳକୁସୁମା ପଂଚାୟତ ବରିଜଙ୍ଗା ଗ୍ରାମର ସ୍ୱର୍ଗତ ସରୋଜ ମଳିକ ଙ୍କ ପୁଅ ଅମୂଲ୍ୟ ମଲିକ ଜଣେ ଗରୀବ ଦିନ ମଜୁରୀଆ । ତାଙ୍କ ରୋଜଗାର ଉପରେ ତାଙ୍କ ବିଧବା ମା , ପତ୍ନୀ ଙ୍କ ସମେତ ୨ ଜଣ ନାବାଳକ ପୁଅ ଝିଅ ନିର୍ଭର କରନ୍ତି । ଏହି ୪ ପ୍ରାଣୀ କୁଟୁମ୍ବକୁ ନେଇ ତାଙ୍କ ତେଲ ଲୁଣ ର ସଂସାର ଚଳିଆସୁୂଥିଳା । ହଠାତ ଅମୂଲ୍ୟ ରୋଗରେ ପିଡ଼ିତ ହେବା ପରେ ଗ୍ରାମର କିଛି ଲୋକ ଓ ତାଙ୍କ ମା ଚକିିତ୍ସା ପାଇଁ ତାଙ୍କୁ କଟକ ମେଡ଼ିକାଲ କୁ ନେଇଥିଲେ । କଟକ ବଡ଼ ଡ଼ାକ୍ତରଖାନାରେ ପରୀକ୍ଷା ନିରୀକ୍ଷା ପରେ ଅମୂଲ୍ୟଙ୍କୁ ଜଣ୍ଡିସ , ହାର୍ଟ ସମସ୍ୟା , କିଡ଼ିନୀ ଓ ପିତ କୋଷରେ ପଥର ଥିବା ଜଣାପଡ଼ିଛି । ଯାହାକି ଅସ୍ତ୍ରୋପଚାର ଆବଶ୍ୟକ ବୋଲି ଡ଼ାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି । ଏପରିସ୍ଥଳେ ପୁଅର ଚିକିତ୍ସା ପାଇଁ ଏତେ ପଇସା କେଉଁଠୁ ଆସିବ , ସେଥିପାଇଁ ତାଙ୍କ ମା କାନ୍ଦି କାନ୍ଦି ସହାୟତା ଖୋଜୁଛନ୍ତି । ରୋଜଗାରିଆ ପୁଅ ବେମାର ପଡ଼ିବା ପରେ ଘରେ ଦିନେ ଚୁଲି ଜଳିଲେ ଅଉ ଦିନେ ବନ୍ଦ । ଅର୍ଥ ଅଭାବରୁ ଯେଉଁଠି ଦୁଇ ଓଳା ଖାଇବା ସମ୍ଭବ ହେଉନାହିଁ, ସେଠାରେ ଚିକିତ୍ସା କଥା ପଚାରେ କିଏ । ଘର ଚଳିବା ପାଇଁ ବୃଦ୍ଧା ମା ଏବଂ ପତ୍ନୀ ଏଣେ ତେଣେ ମୂଲ ଲାଗୁଥିବାବେଳେ ପିଲାମାନେ ପାଠ ଛାଡ଼ି ଛେଳି ଚରାଉଥିବା ଦେଖା ଯାଇଛି । ତଳକୁସୁମା ସରପଂଚ ପ୍ରଭାତ ନଳିନୀ ଜେନାଙ୍କ ଠାରୁ ଏହି ଖବର ଜାଣିବା ପରେ ବ୍ଲକ୍ ଅଧ୍ୟକ୍ଷ ଅଭୟ ମହାରାଜ କେନ୍ଦ୍ରାପଡ଼ା ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କେନ୍ଦ୍ରାପଡ଼ା ଜିଲା ପ୍ରଶାସନର ନିର୍ଦ୍ଧେଶ କ୍ରମେ ପାଟକୁରା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ାକ୍ତର ନୀରଂଜନ କର ବିବିଧ ରୋଗରେ ପିଡ଼ିତ ଅମୂଲ୍ୟ ଙ୍କର ଅସ୍ତ୍ରୋପଚାର ସହିତ ଚିକିତ୍ସା କରାଯିବାର ସମସ୍ତ ବ୍ୟବସ୍ଥା କରାଯାଉଥିବା ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର