Tuesday , December 6 2022
Home / ଶିକ୍ଷା / କୋମଳମତି ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଘରୋଇ ସ୍କୁଲ କର୍ତୃପକ୍ଷ,ସରକାରଙ୍କ କତୃତ୍ୱ ନାହିଁ!

କୋମଳମତି ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଘରୋଇ ସ୍କୁଲ କର୍ତୃପକ୍ଷ,ସରକାରଙ୍କ କତୃତ୍ୱ ନାହିଁ!

କଟକ ସଦର, ୧୧/୦୫/୨୦୨୨( ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଆଜି ଦେଶ ‘ଆଜାଦୀ କି ଅମୃତ’ ମହୋତ୍ସବ ପାଳନ କରୁଥିବା ବେଳେ ସରକାରଙ୍କ ଦୁରଦୃଷ୍ଟି ଅଭାବରୁ ରାଜ୍ୟରେ ଶିକ୍ଷାର ଆଶାନୁରୂପ ଵିକାଶ ହୋଇ ପାରିନଥିବା ଅଭିଯୋଗ ହେଉଛି। ସେଥିରେ ରାଜ୍ୟରେ ଛତୁ ଫୁଟିଲା ପରି ଶିକ୍ଷା ନାଁ ରେ ଵ୍ୟଵସାୟ ପାଇଁ ଗଢି ଉଠିଥିଵା ଘରୋଇ ସ୍କୁଲ ଗୁଡ଼ିକ କେଵଳ ଶୋଷଣ ନୀତି ଅବଲମ୍ବନ କରୁଥିବାରୁ ଵହୁ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଵାକୁ ବାଧ୍ୟ ହେଉଥିବା ଦେଖା ଯାଉଛି। ଏଥିପାଇଁ ଅନେକ ପିଲା ସରକାରୀ ସ୍କୁଲରେ ପାଠ ପଢିଵାକୁ ଆଗ୍ରହ ପ୍ରକାଶ କରୁଥିବା ବେଳେ ଘରୋଇ ସ୍କୁଲ ଗୁଡିକ କୋଭିଡ ପାଇଁ ଵନ୍ଦ ଥିଵା ଦୁଇ ଵର୍ଷର ସମସ୍ତ ଚଢା ଦେୟ ନଦେଲେ ଟି ସି ଦେଉନଥିବା ଅଭିଯୋଗ ଉପରେ ଅଭିଯୋଗ ହୋଇଆସୁଛି। ଏଥିପାଇଁ ପିଲାମାନେ ନା ଟିସି ନେଇ ପାରୁଛନ୍ତି ନା ଅନ୍ୟ ସରକାରୀ ସ୍କୁଲରେ ନାମ ଲେଖାଇ ପଢି ପାରୁଛନ୍ତି। ଏଥିପାଇଁ କୋଭିଡ ସମୟରେ ଜୀଵନ ଜିଵିକା ହରାଇଥିବା ଅଭିଭାବକମାନଙ୍କ ଉପରେ ପିଲା ମାନଙ୍କର ପଢା ସମସ୍ୟା ଵୋଝ ଉପରେ ନଳୀତା ଵିଡା ସଦୃଶ ହୋଇଛି।ଅନ୍ୟପଟେ ସରକାର ସଵୁ ଜାଣି ନଜାଣିଲା ପରି ଛାତ୍ର ଛାତ୍ରୀ ଙ୍କ ଶିକ୍ଷା ଓ ଶିକ୍ଷା ମାନର ବୃଦ୍ଧି ପାଇଁ କୈ।ଣସି ସୁବିଧା ନକରି ନିରବଦ୍ରଷ୍ଟା ସାଜିଵା ଚିନ୍ତା ର କାରଣ ହୋଇଛି।ଯଦି ସରକାର ଆଜି ଠାରୁ ଏହି ସମ୍ବେଦନଶୀଳ ସମସ୍ୟାର ସମାଧାନ ପାଇଁ ଚିନ୍ତା ନ କରନ୍ତି ତେବେ ଆଗାମୀ ଦିନରେ ବହୁ ଅଭାଵୀ ଛାତ୍ର ଛାତ୍ରୀ ଅଧାରୁ ସେମାନଙ୍କ ର ପାଠପଢ଼ା ଛାଡିଵାକୁ ବାଧ୍ୟ ହେବେ ଵୋଲି ପ୍ରାକ୍ ଆକଳନରୁ ଜଣାପଡିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.