ଜଗତସିଂହପୁର, ୧୦/୦୫/୨୦୨୨( ଓଡ଼ିଶା ସମାଚାର )- ବହୁ ଚର୍ଚ୍ଚିତ ପ୍ରମୋଦିନୀ ରାଉଳ ଏସିଡ୍ ମାଡ଼ ମାମଲାରେ ବଡ଼ରାୟ ଦେଲେ କୋର୍ଟ। ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ଅନୀଲ ଦଳସିଂରାୟଙ୍କୁ ୧୪ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ଜଗତସିଂହପୁର ଏଏସଜେ ମହିଳା କୋର୍ଟ।
ତିର୍ତ୍ତୋଲ ଏସିଡ୍ ମାଡ଼ ଘଟଣାର ଦୁଇ ଅଭିଯୁକ୍ତଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୫ ହଜାର ଟଙ୍କା ଲେଖାଁଏ ଜରିମାନା ଦଣ୍ଡାଦେଶ ମିଳିଛି। ଏହି ରାୟ ଶୁଣାଇଛନ୍ତି ଜଗତସିଂହପୁର ସହକାରୀ ଜିଲ୍ଲା ଦୌରାଜଜ୍ (ମହିଳା କୋର୍ଟ)। ପ୍ରକାଶଥାଉକି, ୨୦୦୯ ମସିହା ଏପ୍ରିଲ ୧୮ ତାରିଖରେ ତିର୍ତ୍ତୋଲ ଥାନାର କନକପୁରର ପୀଡ଼ିତା ପ୍ରମୋଦିନୀ ରାଉଳଙ୍କୁ ଦୁଇ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତ ଓ ବିଶ୍ୱଜିତ ଦଳସିଂ ରାୟ ଏସିଡ୍ ମାଡ଼ କରିଥିଲେ। ୨୦୦୯ରେ ଏହି ଘଟଣା ଘଟିଥିବା ବେଳେ ୨୦୧୨ ମସିହାରେ ଏହାକୁ ବନ୍ଦ କରି ଦିଆଯାଇଥିଲା। ତେବେ ୨୦୨୧ରେ ଜୟ ନାରାୟଣ ପଂକଜ ଜଗତସଂହପୁର ଏସପି ଥିବାବେଳେ ଏହି ମାମଲାକୁ ପୁଣିଥରେ ଆରମ୍ଭ କରାଯାଇଥିଲା। ଆରମ୍ଭର କିଛି ଦିନ ମଧ୍ୟରେ ଦୁଇ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତଙ୍କୁ କୋଲକତା ଓ ବିଶ୍ୱଜିତ ଦଳସିଂ ରାୟଙ୍କୁ ବାଲୁଗାଁରୁ ଗିରଫ କରାଯାଇଥିଲା। ଏହାପରେ ତିର୍ତ୍ତୋଲ ପୁଲିସ ସନ୍ତୋଷଙ୍କୁ ରିମାଣ୍ଡ୍ ରେ ଆଣି ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା। ଯେଉଁଥିରେ ସନ୍ତୋଷ ନିଜର ସବୁ ଦୋଷ ସ୍ୱୀକାର କରି ନେଇଥିଲା। ଏହି ଘଟଣାରେ ୨ ଜଣ ପୁଲିସ୍ ଅଧିକାରୀଙ୍କୁ ବି ନିଲମ୍ବିତ କରାଯାଇଥିଲା। ଏହି ରାୟ ପ୍ରକାଶ ପାଇବା ପରେ ଆସାମୀ ମାନଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯାଇନାହିଁ ବୋଲି ପିଡ଼ିତା ପ୍ରମୋଦିନୀ ତାଙ୍କ ପ୍ରତିକ୍ରିୟା ଳରେ କହିଛନ୍ତି । ଆସାମୀ ମାନଙ୍କୁ ଅପରାଧ ଅନୁସାରେ ଦଣ୍ଡ ଦିଆଯାଇନାହିଁ । ତେଣୁ ଦଣ୍ଡ ବିଧାନ ଅଧିକ କରିବା ପାଇଁ ସେ ଅପିଲ କରିବେ ବୋଲି କହିଛନ୍ତି । ଓଡ଼ିଶା ସମାଚାର

Close-up Of Male Judge In Front Of Mallet Holding Documents