ରଘୁନାଥପୁର, ୧୦/୦୫/୨୦୨୨( ଓଡ଼ିଶା ସମାଚାର )- ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜାତୀୟ ଖେଳ ହକି ଉପରେ ଗୁରୁତ୍ୱ ଦେଉଥିବାବେଳେ ଜଗତସିଂହପୁର ଜିଲା କ୍ରୀଡ଼ା ଅଧିକାରୀ ବିଶ୍ୱ ବିଜୟୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ତଅଁରା ପଂଚାୟତ ଜୟପ୍ରକାଶ ଶିକ୍ଷା ନିକେତନ ରାମଚନ୍ଦ୍ରପୁର ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଜିଲା କ୍ରୀଡ଼ା ଅଧିକାରୀ ଶିକ୍ଷା ସହିତ ଶାରୀରିକ ଶିକ୍ଷା ଓ କ୍ରୀଡ଼ା ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳିତ କରିବା ସହ ସୁ ନାଗରିକ ଭାବେ ଗଢ଼ି ତୋଳିବାରେ ସହାୟକ ହୋଇଥାଏ ବୋଲି ମତ ପୋଷଣ କରିଥିଲେ । ବିଶେଷକରି ଏହି ବିଦ୍ୟାଳୟର ୬ଷ୍ଠ ଶ୍ରେଣୀରୁ ୧୦ ମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ କିପରି ହକି ଖେଳରେ ତାଲିମ ଦିଆଯିବ , ତାହା ଆଲୋଚନା କରାଯାଇଥ୍ôଲା । କ୍ରୀଡ଼ା ଅଧିକାରୀ ସ୍କୁଲ ଖେଳ ପଡ଼ିଆ ବୁଲି ଦେଖିବା ସହ ୧୦୦ ଜଣ ଛାତ୍ର ଛାତ୍ରୀଙ୍କ ସହ ହକି ଖେଳର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଇଂ ବାବାଜୀ ଚରଣ ଜେନା, ମୋ ସ୍କୁଲ ଅଭିଯାନ କମିଟିର ଉପସଭାପତି ତଥା ସ୍ଥାନୀୟ ସରପଂଚ ବଟକୃଷ୍ଣ ନାୟକ, ସମିତି ସଭ୍ୟା ଶାନ୍ତିଳତା ଦ୍ୱିବେଦୀ , ପ୍ରଧାନ ଶିକ୍ଷକ ରଂଜନ କୁମାର ମିଶ୍ର , ଖେଳ ଶିକ୍ଷକ ବିଷ୍ଣୁ ଚନ୍ଦ୍ର କର , ଜିଲା ଯୁଡ଼ୋ ଆସୋସିଏସନ୍ ସମ୍ପାଦକ ଲୋପାମୁଦ୍ରା ପତି , ହକି କୋଚ୍ ବିଶ୍ୱଜିତ ମାହାରୀ, ବିଶ୍ୱ ଓଡ଼ିଆ ମହାସଂଘ ସଭାପତି ଡ଼ ସୁରେନ୍ଦ୍ରନାଥ ମହାପାତ୍ର, ସହକାରୀ ଶିକ୍ଷକ ପବିତ୍ର କୁମାର ସ୍ୱାଇଁ, ଯଶୋବନ୍ତୀ ରାଉତ, ସୁରେନ୍ଦ୍ରନାଥ ଦ୍ୱିବେଦୀ , ସୁଧୀର କୁମାର ନାୟକ, ସାରଦା ପ୍ରସାଦ ନାୟକ, ପାର୍ଥଶଖା ପାଲଟାସିଂ ଯୋଗ ଦେଇଥିଲେ । ଜିଲାପାଳ ,ବିଧାୟକ, ସାଂସଦ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଏହି ଉତ୍ସବକୁ ଜୁନ୍ ୧ମ ସପ୍ତାହରେ ଆନୁଷ୍ଠାନିକଭାବେ ଉଦଘାଟନ କରିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା । ସାକାରୀ ଶିକ୍ଷକ ସୁବାସ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର