ଜୁନାଗଡ଼, ୧୦/୦୫/୨୨(ଓଡିଶା ସମାଚାର/ରାକେଶ ବେମାଲ )-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ପୁରୁଣା ବସଷ୍ଟାଣ୍ଡ ନିକଟରେ ଆଜି ରାଜ୍ୟ ସରକାରଙ୍କ ଶିଳ୍ପ, ଶକ୍ତି, ଏମଏସଏମଇ ଓ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଦ୍ୱାରା ବିଦ୍ୟୁତ ବିଭାଗ ଏସଡିଓ କାର୍ଯ୍ୟାଳୟ ଉଦଘାଟିତ ହୋଇଛି।ଉଦଘାଟନୀ ଉତ୍ସବରେ ବିଭାଗୀୟ ସିଇଓ ଏସ ଗଜାନନ ତାଣ୍ଡି, ମୁଖ୍ୟ ଅପରେଟର ସୁମିତ ଘୋସ,ଏଚଆର ମୂଖ୍ୟ କସମସ ଲାକ୍ରା, ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ,ନିର୍ବାହୀ ଯନ୍ତ୍ରୀ ଲୋକନାଥ ଦାସ,ବିଡ଼ିଓ ଦୁଲରାମ ମାରାଣ୍ଡି, ଏସଡିଓ ମନୋଜ ପଟ୍ଟନାୟକ, ଭିଭାଗୀୟ କର୍ମଚାରଙ୍କ ସମେତ ସହରର ଅନେକ ଲୋକ ଉପସ୍ଥିତ ଥିଲେ।ଏହି କାର୍ଯ୍ୟାଳୟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ଦ୍ୱାରା ଜୁନାଗଡ଼ ଅଞ୍ଚଳର ବିଦ୍ୟୁତ ସମସ୍ୟା ସମାଧାନ ହେବା ଦିଗରେ ସହାୟକ ହେବବୋଲି ମତପ୍ରକାଶ ପାଇଛି। ଓଡିଶା ସମାଚାର