Tuesday , March 21 2023
Breaking News
Home / ଶିକ୍ଷା / ବିଦ୍ୟାଳୟ ସ୍ଥାନାନ୍ତରକୁ ନେଇ ଵିରୋଧ, ସ୍ଥିତି ଅନୁଧ୍ୟାନ କଲେ ଵିଡିଓ

ବିଦ୍ୟାଳୟ ସ୍ଥାନାନ୍ତରକୁ ନେଇ ଵିରୋଧ, ସ୍ଥିତି ଅନୁଧ୍ୟାନ କଲେ ଵିଡିଓ

କଟକ ସଦର, ୧୦/୦୫/୨୦୨୨( ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଵ୍ଲକ ଅନ୍ତର୍ଗତ ୧୯୦୭ ମସିହାରେ ସ୍ଥାପିତ ସର୍ଵପୁରାତନ ତଥା ଗତ ୨୦୦୯ ରେ ତତ୍କାଳୀନ ମହାମହିମ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଙ୍କ କରକମଳରେ ସୁଵର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଘାଟିତ ହୋଇଥିବା ସରକାରୀ କନ୍ଦରପୁର ଉଚ୍ଚ ପ୍ରାଥମିକ ଵିଦ୍ୟାଳୟର ୬ଷ୍ଠ ଓ ୭ମ ଶ୍ରେଣୀ କୁ ଅନ୍ୟତ୍ର ଦେଢ କି.ମି.ଗୋପାଳସ୍ମୃତି ଵିଦ୍ୟାପୀଠ ସହିତ ସରକାରଙ୍କ ମିଶ୍ରଣ ପ୍ରସ୍ତାଵକୁ ସଵୁ ମହଲରୁ ତୀବ୍ର ବିରୋଧ କରାଯାଉଛି।ଆଜକୁ ୧୭ ଵର୍ଷ ହେଲା ଏହି ବିଦ୍ୟାଳୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀ ପାଠପଢି କୃତକାର୍ଯ୍ୟ ହୋଇଥିବା ବେଳେ ଏଵେ ବିଭିନ୍ନ ଆଳରେ ସରକାର ଏହି ଶ୍ରେଣୀ ଦୁଇଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ସରକାରୀ ସ୍କୁଲରେ ପାଠ ପଢିଵାକୁ ଆଗ୍ରହ ପ୍ରକାଶ କରି ଏଵେ ଏଠାରେ ୪୦ ରୁ ଉର୍ଦ୍ଧ୍ବ ପିଲା ନାମ ଲେଖାଇ ଅଧ୍ୟୟନ କରୁଥିବା ଵେଳେ ଅନ୍ୟତ୍ର ଯିଵା ଖଵର ଶୁଣି ନିରୁତ୍ସାହିତ ହୋଇପଡିଛନ୍ତି। ସେଥିରେ ୫୫ ନମ୍ଵର ଜାତୀୟ ରାଜପଥ ଅତିକ୍ରମ କରି ଦେଢ କି.ମି. ରାସ୍ତା ରେ ଯାଇଁ ଅନ୍ୟ ସ୍କୁଲରେ ପାଠ ପଢିଵା ସୁରକ୍ଷିତ ନୁହେଁ ଵୋଲି ସମସ୍ୟା ଉପୁଜିଛି।ଲୋକଙ୍କ ଦାଵି ଫଳରେ ଆଜି କଟକ ସଦର ଵିଡିଓ ରାଜିବ ଲୋଚନ ପରିଡା ଵିଦ୍ୟାଳୟକୁ ଆସି ସ୍ଥିତି ଅନୁଧ୍ୟାନ କରି ଫେରିଥିବା ଜଣାଯାଇଛି।ଏହି ସମୟରେ ସ୍କୁଲ ପରିଚାଳନା କମିଟି ର ସମସ୍ତ ସଭ୍ୟ/ ସଭ୍ୟାଙ୍କ ସମେତ କମିଟିର ସଭାପତି ନିରଞ୍ଜନ ସାହୁ, ସରପଞ୍ଚ ସୁଭାଷିନୀ ରାଉତ, ସମିତି ସଭ୍ୟ ସାରଦା ପ୍ରସନ୍ନ ସ୍ୱାଇଁ,ନାଏଵ ସରପଞ୍ଚ ଵୈଜୟନ୍ତୀ ଦାଶ,ପୂର୍ଵତନ ସରପଞ୍ଚ ପ୍ରଫୁଲ୍ଲ ଭୋଇ, ଅମୂଲ୍ୟ ତରାଇଙ୍କ ସମେତ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ମହାନ୍ତି ଓ ଅନେକ ଅଭିଭାବକ ଉପସ୍ଥିତ ରହି ଵିଡିଓଙ୍କୁ ସ୍ଥିତି ବୁଝାଇବା ସହିତ ସ୍ଥାନାନ୍ତର ନକରିବାକୁ ଅନୁରୋଧ କରିଥିଲେ। ସହୃଦୟତାର ସହ ସମସ୍ୟାକୁ ଉପଲବ୍ଧି କରିଥିବା ଵିଡିଓ ଶିକ୍ଷା ଵିଭାଗକୁ ଏ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଵେ ଵୋଲି ଉପସ୍ଥିତ ଲୋକଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି। ଓଡ଼ିଶା ସମାଚାର

 

Leave a Reply

Your email address will not be published.