ଜୁନାଗଡ଼, ୧୦/୦୫/୨୨(ଓଡିଶା ସମାଚାର/ରାକେଶ ବେମାଲ )-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସିଗାଁ ପଞ୍ଚାୟତର ବାନ୍ଧନପଳା ଓ ଚିଲକପୁର ଗ୍ରାମରୁ ଦୁଇଟି ନାଗସାପ ଧରି ଜଙ୍ଗଲରେ ଛାଡି ଦିଆଯାଇଛି।ଅଞ୍ଚଳର ଜଣାଶୁଣା ସ୍ନେକ ରେସକ୍ୟୁୟର ବିରେନ୍ଦ୍ର କୁମାର ସାହୁଙ୍କୁ ଖବର ଦେବାପରେ ଶ୍ରୀ ସାହୁ ବାନ୍ଦନପଳା ଓ ଚିଲକପୁର ଗାଁକୁ ଯାଇ ଉଭୟ ଗ୍ରାମରୁ ଦୁଇଟି ନାଗସାପ ଧରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ।ଶ୍ରୀ ସାହୁଙ୍କ ଏହି କାର୍ଯ୍ୟଯୋଗୁଁ ସେ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛନ୍ତି। ଓଡିଶା ସମାଚାର