Sunday , April 2 2023
Breaking News
Home / ସ୍ୱାସ୍ଥ୍ୟ / ଏସ୍ ସି ଵି ମେଡିକାଲରେ ଆରମ୍ଭ ହେଲା ଅନଲାଇନ୍ ଆଉଟଡୋର ସ୍ଲଟଵୁକିଙ୍ଗ୍ ବ୍ୟବସ୍ଥା

ଏସ୍ ସି ଵି ମେଡିକାଲରେ ଆରମ୍ଭ ହେଲା ଅନଲାଇନ୍ ଆଉଟଡୋର ସ୍ଲଟଵୁକିଙ୍ଗ୍ ବ୍ୟବସ୍ଥା

କଟକ ସଦର, ୧୦/୦୫/୨୦୨୨( ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ରାଜ୍ୟର ସର୍ବବୃହତ  ସରକାରୀ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ରୋଗୀ ସଂଖ୍ୟା ବୃଦ୍ଧି ପାଇଵା ଏବଂ ଏଥିପାଇଁ ଲମ୍ବା ଲାଇନରେ ଟିକେଟ କରିଵା ଅସୁବିଧା କୁ ଦୂରିକରଣ ପାଇଁ ପ୍ରଥମ ଥର ନିମନ୍ତେ ଅନଲାଇନ୍ ଆଉଟଡୋର ଟିକେଟ ସ୍ଲଟଵୁକିଙ୍ଗ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି।ରାତି ୧୨ ଟାରୁ ଦିନ ୩ ଟା ପର୍ଯ୍ୟନ୍ତ ଅନଲାଇନ ସ୍ଲଟଵୁକିଂ କରାଯିବା ସହ ରୋଗୀମାନେ ଡାକ୍ତର ଙ୍କ ପରାମର୍ଶ ପାଇଁ ସର୍ବାଧିକ ୭ ଦିନ ପୂର୍ବରୁ ଅନଲାଇନ ଵୁକିଂ କରିପାରିବେ। ଯେଉଁମାନେ ମୋବାଇଲ ଵୁକିଂ କରିଥିଵେ ସେମାନଙ୍କୁ ନିଃଶୁଳ୍କରେ ପ୍ରଣ୍ଟ୍ ଯୋଗାଇ ଦେବାକୁ ମଧ୍ୟ ଏକ ସ୍ୱତନ୍ତ୍ର କାଉଣ୍ଟରର ବ୍ୟବସ୍ଥା କରାଯାଇଛି। ଏଥିସହିତ ଅନଲାଇନ ସହିତ ପୂର୍ଵପରି ଅଫଲାଅନ୍ ଟିକେଟ କେନ୍ଦ୍ର ମଧ୍ୟ ଚାଲୁ ରହିଵ ଵୋଲି ମେଡିକାଲ କତୃପକ୍ଷଙ୍କ ଠାରୁ ଜଣାପଡିଛି। ଲୋକମାନେ ଘରେ ଵସି ନିଜ ମୋଵାଇଲରେ www.eswasthya.odisha.gov.in ଲିଙ୍କ୍ ମାଧ୍ୟମରେ ପଞ୍ଜିକରଣ କରି ସିଧାସଳଖ ଆଉଟଡୋର ଟିକେଟର ପ୍ରିଣ୍ଟ ଵାହାର କରି ଡ଼ାକ୍ତରଙ୍କୁ ରୋଗୀଙ୍କୁ ଦେଖାଇଵାର ସୁବିଧା ନେଇପାରିବେ। ସେହିପରି କର୍କଟ ରୋଗୀଙ୍କର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇଵା କୁ ଦୃଷ୍ଟିରେ ରଖି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ସଯ୍ୟା ସଂଖ୍ୟା ୨୮୧ ରୁ ୫୦୨ କୁ ବୃଦ୍ଧି କରାଯାଇଥିବା ଜଣାପଡିଛି। ଏଥିସହିତ ଯୁଦ୍ଧକାଳୀନ ଭିତ୍ତିରେ ତିନୋଟି ରୋଗୀ ଓ ସହାୟକ ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି। ସୂଚନାଯୋଗ୍ୟ ଯେ ଏ ସମ୍ପର୍କରେ ବାରମ୍ବାର ଗଣମାଧ୍ୟମରେ ଖଵର ପ୍ରକାଶ ପାଇ ଆସୁଥିଲା।ସଵୁ ସତ୍ୱେ ଡାକ୍ତର ଓ ସେଵିକା ମାନଙ୍କର ସେଵା ମନୋବୃତ୍ତିର ପରିବର୍ତ୍ତନ ହେଲେ ଯାଇଁ ରୋଗୀ ଉପଯୁକ୍ତ ଚିକିତ୍ସା ସୁବିଧା ପାଇପାରିବ ଵୋଲି ମତପ୍ରକାଶ ପାଉଛି। ଓଡ଼ିଶା ସମାଚାର

Leave a Reply

Your email address will not be published.