Wednesday , May 18 2022
Breaking News
Home / ଶିକ୍ଷା / ହାଇସ୍କୁଲ ଶିକ୍ଷକ ନିଯୁକ୍ତି ରେ ହୋଇଥିବା ଦୁର୍ନୀତି  ର ସିବିଆଇ ତଦନ୍ତ ଦାବି ରେ ଜ଼ିଲ୍ଲା ପାଲ ଙ୍କୁ ଦାବି ପତ୍ର ପ୍ରଦାନ

ହାଇସ୍କୁଲ ଶିକ୍ଷକ ନିଯୁକ୍ତି ରେ ହୋଇଥିବା ଦୁର୍ନୀତି  ର ସିବିଆଇ ତଦନ୍ତ ଦାବି ରେ ଜ଼ିଲ୍ଲା ପାଲ ଙ୍କୁ ଦାବି ପତ୍ର ପ୍ରଦାନ

କଳାହାଣ୍ଡି,୦୯/୦୫/୨୦୨୨( ଓଡ଼ିଶା ସମାଚାର / ସଂଜୟ ସିଂହ)- କଳାହାଣ୍ଡି ଜିଲା ଭବାନୀପାଟଣା ଲାଲବହାଦୁର ଷ୍ଟାଡିଅମ ରୁ ହାଇସ୍କୁଲ ଶିକ୍ଷକ ଆଶାଇ ସଂଘ କଳାହାଣ୍ଡି ପକ୍ଷ ରୁ ଆଜି ଏକ ବିଶାଳ ପଦଯାତ୍ରା ବାହାରି ଜ଼ିଲ୍ଲାପାଲ କାର୍ୟ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତାଙ୍କ ଅଭିଯୋଗ ଯେ ଚଳିତ ବର୍ଷ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଦଲାଲ୍ ମାନେ ଦଶ ରୁ ବାର ଲକ୍ଷ୍ୟ ଟଙ୍କାରେ ସତୁରି ରୁ ଅଶି ପରସେଣ୍ଟ ସିଟ୍ ବିକି ଓଡିଶାର  ଶିକ୍ଷା ବ୍ୟବସ୍ଥାକୁ ଅନ୍ଧକାର ମୟ କରିଲେଣି। ଶିକ୍ଷକ ଆଶାୟୀ ମାନଙ୍କ ବହୁ ମାତ୍ରାରେ ବିରୋଧ ସତ୍ତ୍ୱେ, ଅନେକ ପ୍ରମାଣ ଦେଖିବା ସତ୍ତ୍ୱେ ସରକାର ଶୁଣିବାକୁ ନାରାଜ।  ବହୁତ ଦୁଖ  ର କଥା ଜଣେ ଶିକ୍ଷକ ଭାବେ ଅନେକ ସମୟରେ ଅଭିଯୋଗ ଶୁଣି ଆଶୁଛୁ,ଯେ ଆଜିକାଲି ଶିକ୍ଷକ ମାନେ ପାଠ ପଢ଼ାଉ ନାହାଁନ୍ତି । ଶିକ୍ଷକ ମାନେ ବସି ବସି ଦରମା ପାଉଛନ୍ତି ଇତ୍ୟାଦି ଇତ୍ୟାଦି,  କିନ୍ତୁ ଏହି ନିଯୁକ୍ତି ପ୍ରକ୍ରିୟା   ଯଦି ସ୍ଥଗିତ ନ ହେଲା ଓ ପୁନର୍ବାର ଉକ୍ତ ପରୀକ୍ଷା ପାଇଁ ଅନୁମତି ସରକାର ନଦିଅନ୍ତି ତାହେଲେ ପିଲାମାନଙ୍କ ଭବିଷ୍ୟତରେ ଶିକ୍ଷା କ୍ଷେତ୍ରରେ ବହୁତ ଖରାପ ହେବ ବୋଲି ଶିକ୍ଷକ ସଂଘ ପକ୍ଷରୁ ପ୍ରକାଶ ପାଇଛଇ । ସାଟିଫିକେଟ ରେ କେବଳ ଦରମା ନେଇ ନିଜ ଟଙ୍କା ହାସଲ କରିବେଏବଂ ପିଲାର ଭବିଷ୍ୟତ  ଅନ୍ଧକାର ମୟ ହେବ ବୋଲି ପ୍ରକାଶ କରିଥିଲେ । ତେଣୁ ଏହାର ଉଚିତ ସି ବି ଆଇ ତଦନ୍ତ କରି ଉଚିତ ପଦକ୍ଷେପ ନେଲେ ଭଲ ହୁଅନ୍ତା ବୋଲି କଳାହାଣ୍ଡି ଜ଼ିଲ୍ଲା ଶିକ୍ଷକ ସଂଘ ପ୍ରକାଶ କରିଛନ୍ତି। ଓଡିଶା ସମାଚାର

About admin

Check Also

ବ୍ଲକ୍ ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା

ଗରଦପୁର,୧୧/୦୫/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଲକ୍ ରାମଚନ୍ଦ୍ରପୁର ପଂଚାୟତ କଉଡ଼ିଆବରାଇସ୍ଥିତ ଚାଚାଜୀ ନୋଡ଼ାଲ ପ୍ରାଥମିକ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ …

Leave a Reply

Your email address will not be published. Required fields are marked *