Wednesday , May 18 2022
Breaking News
Home / ତାଜା ଖବର / ସମୁଦ୍ରରେ ଫସିଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ଏୟାରଲିଫ୍ଟ କରାଯାଇ ଉଦ୍ଧାର କରାଗଲା

ସମୁଦ୍ରରେ ଫସିଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ଏୟାରଲିଫ୍ଟ କରାଯାଇ ଉଦ୍ଧାର କରାଗଲା

ଭୁବନେଶ୍ୱର,୦୯/୦୫/୨୦୨୨( ଓଡ଼ିଶା ସମାଚାର )- ଅଶାନ୍ତ ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀଙ୍କୁ ତଟରକ୍ଷା ବାହିନୀ ଏୟାରଲିଫ୍ଟ କରି ଉଦ୍ଧାର କରିଛି । ଗଞ୍ଜାମ ପ୍ରଶାସନର ତ୍ୱରିତ ନିଷ୍ପତ୍ତି ପରେ ଆରମ୍ଭ ହୋଇଛି ଅପରେଶନ୍ । ଜିଲ୍ଲାପାଳଙ୍କ ରିପୋର୍ଟ ପରେ ତୁରନ୍ତ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଥିଲେ ଏସ୍ଆର୍ସି । ମତ୍ସ୍ୟଜୀବୀ ମାନେ ସୋନ୍ପୁର ନିକଟସ୍ଥ ସମୁଦ୍ର କୂଳରୁ ପ୍ରାୟ ୧ କିଲୋମିଟର ଦୂରରେ ଫସି ରହିଥିଲେ । ହେଲିକପ୍ଟର ସାହାଯ୍ୟରେ ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରାଯାଉଛି । ସେମାନଙ୍କୁ ଏୟାରଲିଫ୍ଟ କରାଯାଉଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ବର୍ତମାନ ସୁଦ୍ଧା ସମସ୍ତ ଙ୍କୁ ଉଦ୍ଧାର କରାଯାଇ ସାରିଲାଣି । ସମସ୍ତ ମତ୍ସ୍ୟଜୀବୀମାନେ ଗଞ୍ଜାମ ଜିଲ୍ଲା ଚିକିଟିର ଅଂଚଳର ଲୋକ । ମିଳିଥିବା ସୂଚନା ମୁତାବକ ୧୧ ଜଣ ମତ୍ସ୍ୟଜୀବୀ ବିଶାଖାପାଟଣାରୁ ଗଞ୍ଜାମ ଆସୁଥିବାବେଳେ ପତିସୋନାପୁର ନିକଟରେ ବୋଟରେ ଯାନ୍ତ୍ରିକ ସମସ୍ୟା ଉପୁଜିଥିଲା । ସମ୍ଭାବ୍ୟ ବାତ୍ୟା ଆସାନି ଆସୁଥିବାରୁ ସମୁଦ୍ରକୁ ମାଛ ଧରିବାକୁ ନଯିବା ପାଇଁ ସରକାରଙ୍କ ପକ୍ଷରୁ ଆଡ଼ଭାଇଜାରୀ ଜାରି କରାଯାଇଛି । ତେବେ ବୋଟ ସମୁଦ୍ରରେ ଫସିବା ପରେ ସେମାନଙ୍କୁ ଉଦ୍ଧାର କରିବାକୁ ପରିବାରଲୋକ ପ୍ରଶାସନକୁ ଅନୁରୋଧ କରିଥିଲେ । ଦିନ ୨ ଟାରୁ ସାଢ଼େ ୨ ଟା ମଧ୍ୟରେ ଜିଲା ପ୍ରଶାସନକୁ ଏପରି ଖବର ମିଳିବା ପରେ ତୁରନ୍ତ ସେମାନଙ୍କୁ ଏୟାରଲିଫ୍ଟ କରାଯାଇ ଉଦ୍ଧାର କରାଯାଇଛି । ପ୍ରଥମେ ଓଡ଼ରାଫ ଟିମ୍ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ କିନ୍ତୁ ସମୁଦ୍ର ଅଶାନ୍ତ ଥବବାରୁ ଶେଷରେ ଏୟାରଲିଫ୍ଟ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ରାସ୍ତା ଦୂର୍ଘଟଣାରେ ଜଣେ ମୃତ

କେନ୍ଦ୍ରାପଡ଼ା, ୧୫/୦୫/୨୦୨୨( ଓଡ଼ିଶା ସମାଚାର )-  ଏକ ସଡକ ଦୂର୍ଘଟଣାରେ ଜଣେ ଯୁବକଙ୍କର ମୃତୁ୍ୟ ହୋଇଯାଇଥିବା ଜଣାପଡିଛି । କଟକ- …

Leave a Reply

Your email address will not be published. Required fields are marked *