Wednesday , May 18 2022
Breaking News
Home / କୃଷି / ଶୁଖିଲା ପଡିଛି କୁରୁଲୁମୁଡ଼ା ଜଳ ପ୍ରକଳ୍ପ, ଆନୁସାଙ୍ଗିକ ବିକାଶ ପାଇଁ ଦାବି

ଶୁଖିଲା ପଡିଛି କୁରୁଲୁମୁଡ଼ା ଜଳ ପ୍ରକଳ୍ପ, ଆନୁସାଙ୍ଗିକ ବିକାଶ ପାଇଁ ଦାବି

ଜୁନାଗଡ଼, ୦୯/୦୫/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ ) -କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦୁନନ୍ଦେଲମାଲ ପଞ୍ଚାୟତ ଏକ ଅନଗ୍ରସର ଆଦିବାସୀ ବହୁଳ ପଞ୍ଚାୟତ ଅଟେ।ଏହି ଗ୍ରାମ ପଞ୍ଚାୟତର କଟିଙ୍ଗପଦର ରାଜସ୍ବ ଗ୍ରାମରେ ରହିଛି କୁରୁଲୁମୁଡ଼ା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। କାଁ ଭାଁ କେବେ କେମିତି ଏହି ଜଳ ସେଚନ ପ୍ରକଳ୍ପର ଉଦ୍ଧାର କାର୍ୟ୍ୟ ନାଁକୁ ମାତ୍ର ହୋଇଛି।ଅଣଜଳସେଚିତ ଏହି ଅଞ୍ଚଳର ସମୃକ୍ତ ପ୍ରକଳ୍ପଟି ଏବେ ସମ୍ପୂର୍ଣ୍ଣ ଭାବେ ଶୁଖିଲା ପଡିଛି।ଏହି ପ୍ରକଳ୍ପ ଦ୍ବାରା ଆନିକଟ ଅଞ୍ଚଳରେ ଜଳସେଚନ ଆଶାରେ କେନାଲ ମଧ୍ୟ ଖୋଲା ଯାଇଥିଲା, ଯାହାକି ବ୍ୟବହାରରେ ନ ଆସି ମଧ୍ୟ ଭାଙ୍ଗିବାରେ ଲାଗିଲାଣି।କଟିଙ୍ଗପଦର ଗ୍ରାମବାସୀଙ୍କ ଆଶା ଭରସା ଥିବା ଏହି ପ୍ରକଳ୍ପର ଭିତ୍ତିଭୂମି ବିକାଶ ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ।ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।ରାବଣ ସଂରକ୍ଷିତ ପାହାଡର ପାଦଦେଶରେ ଥିବା ଏହି ପ୍ରକଳ୍ପ ଉପରେ ବନ୍ୟଜନ୍ତୁ,ପଶୁପକ୍ଷୀ ମଧ୍ୟ ନିର୍ଭର କରିଥାନ୍ତି।ହେଲେ ସଂପ୍ରତି ସମ୍ପୂର୍ଣ୍ଣ ଭାବେ ଶୁଖିଲା ପଡିଥିବା ଏହି ପ୍ରକଳ୍ପ ଯୋଗୁଁ ନିର୍ଭରଶୀଳ ଲୋକଙ୍କ ସହ ପଶୁପକ୍ଷୀ ମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି।ଏହି ପ୍ରକଳ୍ପକୁ ପୁନଃଉଦ୍ଧାର ସହ ଏହାର ଆନୁସାଙ୍ଗିକ ଭିତ୍ତିଭୂମି ବିକାଶ କରିବା ପାଇଁ ଅଞ୍ଚଳ ବାସୀ ଦାବି କରୁଛନ୍ତି। ଓଡ଼ିଶା ସମାଚାର

About admin

Check Also

କିଣିଲୋ ପାଟ ଜମିରୁ ଜଳ ନିଷ୍କାସନ ଦାବି

ଗରଦପୁର,୦୮/୦୫/୨୦୨୨( ଓଡ଼ିଶା ସମାଚାର )-  ପଦ୍ମପୁର ପଂଚାୟତର ମହମୁଦା , କିଣିଲୋ, ଗୋତ୍ରବିଲ ଓ ନୂଆପଡ଼ା ପାଟ ର ଶହ …

Leave a Reply

Your email address will not be published. Required fields are marked *