ନିଶ୍ଚିନ୍ତକୋଇଲି, ୦୯/୦୫/୨୦୨୨( ଓଡ଼ିଶା ସମାଚାର )- ନିଶ୍ଚିନ୍ତକୋଇଲି ଶିକ୍ଷା ମଣ୍ଡଳ ଅଧିନରେ ଥିବା ବାବୁଜଙ୍ଗ ପଂଚାୟତ ମଠସାହି ଗ୍ରାମର ପରିକ୍ଷୀତ ସରକାରୀ ଉପ୍ରା ବିଦ୍ୟାଳୟରେ ଶିକ୍ଷକ ବଦଳିକୁ ନେଇ ଅଭିଭାବକ ଅଭିଭାବିକା ଓ ଗ୍ରାମବାସୀମାନେ ସ୍କୁଲ ସମ୍ମୁଖରେ ଧାରଣାରେ ବସିଥିଲେ । ତେବେ ସ୍କୁଲ ଛୁଟି ହେବା ପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ଘଟଣାସ୍ଥଳକୁ ନଆସିବାରୁ ଗ୍ରାମବାସୀମାନେ ଧାରଣାରୁ ଉଠି ଯାଇଥିଲେ ମଧ୍ୟ ଶିକ୍ଷକ ବଦଳି ବାତିଲ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ କି ଏହି ସ୍କୁଲରେ ୭ ଗୋଟି ଶ୍ରେଣୀ ପାଇଁ ୩ ଜଣ ଶିକ୍ଷକ ନିଯୁକ୍ତ ଥିବାବେଳେ ପ୍ରଧାନ ଶିକ୍ଷକ ପ୍ରାଣକୃଷ୍ଣ ଦାସ ଆସନ୍ତା ୨ ମାସ ପରେ ଚାକିରୀ ରୁ ଅବସର ନେବେ । ତେବେ ଅନ୍ୟ ୨ ଜଣ ଶିକ୍ଷକ ଙ୍କ ମଧ୍ୟରୁ ଅଙ୍କ ପଢ଼ାଉଥିବା ଶିକ୍ଷକ ରଂଜନ କୁମାର ଦାସଙ୍କୁ ଦୁଲୁପୁର ଉପ୍ରା ବିଦ୍ୟାଳୟକୁ ବଦଳି କରାଯାଇଛି । ଶିକ୍ଷା ବର୍ଷ ଆରମ୍ଭ ହୋଇଯାଇଥିବାରୁ ମାତ୍ର ଜଣେ ଶିକ୍ଷକ ରେ ପିଲାମାନେ କିପରି ପାଠ ପଢ଼ିବେ ସେ ବିଷୟରେ ଚିନ୍ତା କରି ପିଲାମାନଙ୍କ ଅଭିଭାବକ ଅଭିଭାବିକା ଓ ସ୍ଥାନୀୟ ଗ୍ରାମବାସୀମାନେ ବିଦ୍ୟାଳୟ ସମ୍ମ୍ୁଖରେ ଶିକ୍ଷକ ବଦଳି ବାତିଲ ଦାବି କରି ଧରଣା ଦେଇଥିଲେ । ଏବିଷୟରେ ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷାଧିକାରୀଣି ଲକ୍ଷେହୀରା ଲାବଣ୍ୟବତୀ ବେହେରା କହିଛନ୍ତି ଯେ ଏହା ବିଭାଗର ଏକ ନିୟମିତ ପ୍ରକ୍ରିୟା । ଗ୍ରାମବାସୀମାନେ ଆମକୁ ନଯଣାଇ ଏତେବାଟ ଆଗକୁ ଯାଇଛନ୍ତି । ମୁଁ ଏ ବିଷୟରେ ଜିଲା ଶିକ୍ଷା ଅଧିକାରୀଙ୍କୁ ଜଣାଇ ଯାହା ପଦକ୍ଷେପ ନିଆହିବା କଥା ନିଆଯିବ । ଗ୍ରାମବାସୀ ମାନଙ୍କ ତରଫରୁ ଅଧିର କୁମାର ପଣ୍ଡା, ମନୋଜ କୁମାର ଦାସ, ପ୍ରଭାକର ସାହୁ, କାମଦେବ ପଣ୍ଡା, ଶଚିକାନ୍ତ ସାମଲ, ସଂଗ୍ରାମ ସାହୁ, ସାବିତ୍ରୀ ସେଠୀ, ମଧୁସ୍ମିତା ନାୟକ, ସୁଭଶ୍ରୀ ପଟ୍ଟନାୟକ, ଅହଲ୍ୟା ଦାସ, ଶକୁନ୍ତଳା ବେହେରା, ବନୀତା ସ୍ୱାଇଁ, ରୀତା ସ୍ୱାଇଁ, ରଂଜନ ସ୍ୱାଇଁ, ମନୋଜ ନାୟକ, ମମତା ମଲିକ୍, ସୁଭଶ୍ରୀ ଦାସ, କେଦାର ମଲିକ୍, ଗୁରୁବାରୀ ବିନ୍ଧାଣୀ, ବାବୁ ବିନ୍ଧାଣୀ ପ୍ରମୁଖ ଧାରଣା ରେ ସାମିଲ ଥିଲେ । ଓଡ଼ିଶା ସମାଚାର
