Wednesday , May 18 2022
Breaking News
Home / ବିଶେଷ / ଗୋପାଳ ସ୍ମୃତି ଵିଦ୍ୟାପୀଠ ୧୯୭୨ ମାଟ୍ରିକ୍ ଵ୍ୟାଚ୍ ସୁଵର୍ଣ୍ଣ ଜୟନ୍ତୀ ଓ ଵନ୍ଧୁ ମିଳନ ଉତ୍ସଵ

ଗୋପାଳ ସ୍ମୃତି ଵିଦ୍ୟାପୀଠ ୧୯୭୨ ମାଟ୍ରିକ୍ ଵ୍ୟାଚ୍ ସୁଵର୍ଣ୍ଣ ଜୟନ୍ତୀ ଓ ଵନ୍ଧୁ ମିଳନ ଉତ୍ସଵ

କଟକ ସଦର, ୦୮/୦୫/୨୦୨୨(ଓଡିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସିଦ୍ଧେଶ୍ଵରପୁର ଠାରେ ଭାଷାକୋଷ ପ୍ରଣେତା ସ୍ୱର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ନାମରେ ନାମିତ ଗୋପାଳ ସ୍ମୃତି ଵିଦ୍ୟାପୀଠର ୧୯୭୨ ମାଟ୍ରିକ ଵ୍ୟାଚ୍ ପୁରାତନ ଛାତ୍ର ଛାତ୍ରୀ ଙ୍କ ପକ୍ଷରୁ ଆଜି ରବିବାର ବିଦ୍ୟାଳୟ ପରିସରେ ଏକ ମନୋଜ୍ଞ ଵନ୍ଧୁ ମିଳନ ସମାରୋହ ଓ ସୁଵର୍ଣ୍ଣ ଜୟନ୍ତୀ ଉତ୍ସଵ ମହାସମାରୋହରେ ପାଳିତ ହୋଇ ଯାଇଛି।ଏହି ଉପଲକ୍ଷେ ଜୟନ୍ତୀ କମିଟିର ସଭାପତି ରଘୁନାଥ ପୃଷ୍ଟି ଙ୍କ   ପୈ।ରୋହିତ୍ୟରେ ଆୟୋଜିତ ସଭାରେ ଅତିଥି ଭାବେ ଲୋକସେବକ ମଣ୍ଡଳର ଓଡ଼ିଶା ଶାଖା ସଭାପତି,ଆଜିଵନ ସଦସ୍ୟ,’ସମାଜ’ ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ, ପୂର୍ଵତନ ଆୟକର ଆୟୁକ୍ତ ତଥା ଉକ୍ତ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତ୍ରୈଲୋକ୍ୟ ନାଥ ଜେନା, ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ, ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଶିକ୍ଷାର ମାନ ବୃଦ୍ଧି ପାଇଁ ପୁରାତନ ଛାତ୍ର ଛାତ୍ରୀଙ୍କ ଏହିଭଳି ବିଦ୍ୟାଳୟ ପ୍ରତି ସମ୍ପୃକ୍ତି ରହିଵା ଉପରେ ଆଲୋକପାତ କରିଥିଲେ।ଏହି ଅଵସରେ ବିଦ୍ୟାଳୟ ପରିସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି କୁ ନିରଞ୍ଜନ ରଥ ଉନ୍ମୋଚନ କରିଥିଲେ। ଏଥିରେ ବିଦ୍ୟାଳୟର ପୁରାତନ ଵର୍ଷିୟାନ ଶିକ୍ଷକ ଧରଣୀଧର ବେହେରାଙ୍କୁ ସମ୍ଭର୍ଧିତ କରାଯିଵା ସହିତ ଅନେକ ପୁରାତନ ଛାତ୍ରଛାତ୍ରୀ ଙ୍କୁ ସମ୍ଭର୍ଧିତ କରାଯାଇଥିଲା। ଏଥିସହିତ ମୂଖପତ୍ର ‘ସ୍ମୃତି ମଞ୍ଜୁଷା ୨୦୨୨’ ଉନ୍ମୋଚିତ ହୋଇଥିଲା। ସ୍ମରଣିକା ସଂପାଦକ କାଳୀ ପ୍ରସାଦ ମହାପାତ୍ର ମଞ୍ଚ ସଂଯୋଜନା କରିଥିବା ବେଳେ କମିଟିର ସାଧାରଣ ସଂପାଦକ ରବୀନ୍ଦ୍ର କୁମାର ମିଶ୍ର ସଂପାଦକୀୟ ବିବରଣୀ ପାଠ କରିଥିଲେ। ପରିଚାଳନାରେ ଵଂଶୀଧର ତ୍ରିପାଠୀ, ଶ୍ରୀକାନ୍ତ ଦତ୍ତ,ସାଧୁ ଚରଣ ଜେନା, ବାସୁଦେବ ପ୍ରଧାନ, ନାରାୟଣ ସିହ୍ନା ପ୍ରମୁଖ ସହାୟତା କରିଥିଲେ। ସଭା ଆରମ୍ଭରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ସମୟରେ ପଣ୍ଡିତ ଗୁରୁ ପ୍ରସାଦ ରଥ ଵେଦ ଧ୍ୱନି କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ। ଓଡିଶା ସମାଚାର

About admin

Check Also

ଭାଗବତ ଟୁଙ୍ଗି ରେ ଭଗବତ ଆଲୋଚନା ଓ ଭଜନ ସନ୍ଧ୍ୟା

 ନିଶ୍ଚିନ୍ତକୋଇଲି, ୧୮/୦୫/୨୦୨୨(ଓଡିଶା ସମାଚାର/ ଅଭୟ ଜେନା)- ନିଶ୍ଚିନ୍ତକୋଇଲି ବ୍ଲକ କଳମିଶ୍ରି ପଞ୍ଚାୟତ ଦାମୋଦରପୁର ଠାରେ ସ୍ଥାପିତ ଭାଗବତ ଟୁଙ୍ଗି ପରିସରରେ …

Leave a Reply

Your email address will not be published. Required fields are marked *