Wednesday , May 18 2022
Breaking News
Home / କୃଷି / କିଣିଲୋ ପାଟ ଜମିରୁ ଜଳ ନିଷ୍କାସନ ଦାବି

କିଣିଲୋ ପାଟ ଜମିରୁ ଜଳ ନିଷ୍କାସନ ଦାବି

ଗରଦପୁର,୦୮/୦୫/୨୦୨୨( ଓଡ଼ିଶା ସମାଚାର )-  ପଦ୍ମପୁର ପଂଚାୟତର ମହମୁଦା , କିଣିଲୋ, ଗୋତ୍ରବିଲ ଓ ନୂଆପଡ଼ା ପାଟ ର ଶହ ଶହ ଏକର ଚାଷ ଜମି ରୁ ଉଦବୃତ ବର୍ଷା ଜଳ ନିଷ୍କାସନ ହୋଇ ନପାରି ପ୍ରତିବର୍ଷ ଚାଷୀମାନଙ୍କର ଫସଲ ହାନୀର କାରଣ ହୋଇଥାଏ । ଏହି ପାଟରୁ ଉଦବୃତ ବର୍ଷା ଓ ବନ୍ୟା ଜଳ ନିଷ୍କାସନ ପାଇଁ ସୁ ବ୍ୟବସ୍ଥା କରିବାକୁ ବ୍ଲକ୍ ଅଧ୍ୟକ୍ଷ ଅଭୟ ମହାରାଜ ଡ଼୍ରେନେଜ ଡ଼ିଭିଜନ୍ ର ଦୃଷ୍ଟି ଆକର୍ଷଣ କରିଥିଲେ । ସେଥିପାଇଁ ଡ଼୍ରେନେଜ ଡ଼ିଭିଜନ୍ ର ସମ୍ପୃକ୍ତ ଅଧିକାରୀ ଆଜି କିଣିଲୋ ପାଟରେ ପହଂଚି ଅଧ୍ୟକ୍ଷ ଶ୍ରୀ ମହାରାଜ ଙ୍କ ସମେତ ଗ୍ରାମ ମୁରବୀ ମାନଙ୍କ ସହିତ ମିଶି ଜଳ ନିଷ୍କାସନ ପାଇଁ ପଦକ୍ଷେପ ନେବାକୁ ବୁଲି ଦେଖିଥିଲେ । ପଦ୍ମପୁର ଛକ ଦେଇ ପାଟନାଳୀକୁ ସଂଯୋଗ କରାଯାଇ ଜଳ ନିସ୍କାସନର ପଥ ଓ କଲଭଟ ନିର୍ମାଣ କରିବା ପାଇଁ ଗ୍ରାମବାସୀମାନେ ପ୍ରସ୍ତାବ ଦେଇଥିଲେ ।  ଓଡ଼ିଶା ସମାଚାର

About admin

Check Also

ବାଲ୍ୟ ବିବାହ ରୋକିବା ପାଇଁ ଶପଥ ପାଠ

ବାଲେଶ୍ୱର, ୧୮/୦୫/୨୦୨୨( ଓଡ଼ିଶା ସମାଚାର )- ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ …

Leave a Reply

Your email address will not be published. Required fields are marked *