କଟକ ୦୭/୦୫/୨୦୨୨( ଓଡ଼ିଶା ସମାଚାର )- ମାଟ୍ରିକ ପରୀକ୍ଷା ଶେଷ ହୋଇଛି। ଆସନ୍ତା ୨୦ତାରିଖରୁ ଖାତା ଦେଖା ଆରମ୍ଭ ହେଵ । ମୋଟ୍ ୩ ହଜାର ୨୦୩ ସେଣ୍ଟରରେ ୫ ଲକ୍ଷ ୬୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଏନେଇ ଵୋର୍ଡ ସଭାପତି ରାମାଶିଷ ହାଜରାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଚଳିତ ବର୍ଷ ସିଲାଵସ୍ ଵାହାରୁ ବିଶେଷ କରି ଗଣିତ, ଇଂରାଜୀ ଓ ସାମାଜିକ ଵିଜ୍ଞାନର ସିଲାଵସ୍ ଵାହାରୁ ପ୍ରଶ୍ନ ଆସିଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଅଭିଯୋଗକୁ ଵୋର୍ଡ ସଭାପତି ଖଣ୍ଡନ କରିଛନ୍ତି ।
ଅନ୍ୟପକ୍ଷରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୪୫ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ ରହିବା ସମ୍ପର୍କରେ ଵୋର୍ଡ ସଭାପତି କହିଛନ୍ତି ଯେ, ଏହି ଘଟଣାରେ ଵୋର୍ଡର କୌଣସି ଭୂମିକା ନାହିଁ । କେତେ ପିଲା ପରୀକ୍ଷା ଦେଇ ନାହାଁନ୍ତି ସେ ସମ୍ପର୍କରେ ନିର୍ଦ୍ଧିଷ୍ଟ ତଥ୍ୟ ଆସିନାହିଁ । ଓଡ଼ିଶା ସମାଚାର
