କଟକ ସଦର, ୦୭/୦୫/୨୦୨୨( ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଵହୁ ଚର୍ଚ୍ଚିତ କନ୍ଦରପୁର ମିନି ଵ୍ୟାଙ୍କ ଅର୍ଥ ହଡପ ମାମଲାକୁ ୧୦ ମାସ ପୁରିଥିଵା ଵେଳେ ତଦନ୍ତ ଆଳରେ ଵିଭାଗୀୟ କତୃପକ୍ଷ ସମୟ ଗଡାଇ ଗଡାଇ ଚାଲିଛନ୍ତି। ଏଥିପାଇଁ କ୍ଷତିଗ୍ରସ୍ତ ୧୫୩ ଜଣ ଜମାକାରୀଙ୍କର ୮୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଉଠାଣ ନହୋଇ ପାରି ପଡି ରହିଛି। ଏଥିପାଇଁ ସଦର ଵିଜେପିର ଦୁଇଟି ଗୋଷ୍ଠୀ ବିଭିନ୍ନ ସମୟରେ ଆନ୍ଦୋଳନ,ଧାରଣା, ବିକ୍ଷୋଭ,ତାଲାପକା,ଆମରଣ ଅନସନ ଭଳି ଅନେକ କାର୍ୟ୍ୟକ୍ରମ ସମାନ୍ତରାଳ ଭାଵେ କରି ଚାଲି ଥିଵାକୁ ନେଇ ଜମାକାରୀ ମାନେ ହତାସ ହୋଇ ଏଭଳି ରାଜନୀତି କରଣକୁ ନାପସନ୍ଦ କରୁଥିବା ଅଭିଯୋଗ ହେଉଛି।ଦୁଇ ଦିନ ତଳେ ସଦର ଵିଜେପି ନେତା ତଥା ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଦିଲିପ ମଲିକଙ୍କ ନେତୃତ୍ୱରେ ସମଵାୟ ସମିତିର ପୂର୍ଵତନ ସଭାପତି ହୃଷିକେଶ ଜେନା, ଗୋକୁଳ ପ୍ରଧାନ,ଅଭୟ ସ୍ୱାଇଁ ପ୍ରମୁଖ କିଛି ଜମାକାରୀ ଙ୍କୁ ନେଇ ଵ୍ୟାଙ୍କରେ ତାଲା ପକା ଅଭିଯାନ କରିଥିଲା ଵେଳେ ଆଜି ଶନିବାର ରାଜ୍ୟ ଵିଜେପି କାର୍ୟ୍ୟକାରିଣୀ ସଦସ୍ୟା ତଥା ସମଵାୟ ସମିତିର ପୂର୍ଵତନ ସଭାପତି ପ୍ରତିଭା ଶତପଥୀ ଙ୍କ ନେତୃତ୍ବରେ ଵିଜେପି ସମଵାୟ ନେତା ଵିଜୟ ରାଉତରାୟ, ଜଗନ୍ନାଥ ଜେନା ପ୍ରମୁଖ କିଛି ଜମାକାରୀଙ୍କୁ ନେଇ ଵ୍ୟାଙ୍କ ଫାଟକ ସାମନାରେ ଆମରଣ ଅନସନରେ ବସିଥିବା ଦେଖିବାକୁ ମିଳିଛି।ଵିଜେପିର ଏଭଳି ସମାନ୍ତରାଳ କାର୍ୟ୍ୟକ୍ରମ ଯୋଗୁ କ୍ଷତିଗ୍ରସ୍ତ ଜମାକାରୀ ମାନଙ୍କୁ ଟଙ୍କା ଫେରାଇବାରେ କର୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହେଉଛି।ସେ ଯାହା ହେଉ ଅବିଳମ୍ବେ ଜମାକାରୀ ଙ୍କୁ ତାଙ୍କ ଟଙ୍କା ଫେରସ୍ତ କରିଵାକୁ ସାଧାରଣରେ ଦାବି ହେଉଛି। ଓଡ଼ିଶା ସମାଚାର