Thursday , June 30 2022
Breaking News
Home / ବିଶେଷ / ରାଆଁଳ ଶ୍ରୀ ଶ୍ରୀ ହନୁମାନ ଜୀଉ ଙ୍କ ଦଶମ ବାର୍ଷିକ ଉତ୍ସବ ଉଦଯାପିତ

ରାଆଁଳ ଶ୍ରୀ ଶ୍ରୀ ହନୁମାନ ଜୀଉ ଙ୍କ ଦଶମ ବାର୍ଷିକ ଉତ୍ସବ ଉଦଯାପିତ

ଗରଦପୁର,୦୫/୦୫/୨୦୨୨( ଓଡ଼ିଶା ସମାଚାର )- ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ରାଆଁଳ ଗ୍ରାମରେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀ ରାମ ଙ୍କର ପରମ ଭକ୍ତ ଶ୍ରୀ ଶ୍ରୀ ହନୁମାନ ଜୀଉ ଙ୍କର ଦଶମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଗୁରୁବାର ସନ୍ଧ୍ୟାରେ ଉଦଯାପିତ ହୋଇ ଯାଇଛି । ଏହି ଉପଲକ୍ଷେ ସୋମବାର ଯଜ୍ଞର ଅଙ୍କୁରା ରୋପଣ, ମଙ୍ଗଳବାର କଳସ ଯାତ୍ରା, ଯଜ୍ଞ ମଣ୍ଡପରେ କଳସୀ ସ୍ଥାପନ , ଅଗ୍ନୀ ସ୍ଥାପନ , ଘଟ ପୂଜା, ଶ୍ରୀ ହନୁମାନ ଜୀଉ ଙ୍କର ଷୋଡ଼ ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା । ସେହିପରି ବୁଧବାର ସୂର୍ଯ୍ୟ ପୂଜା, ଗୋ ପୂଜା, ସମସ୍ତ ଦେବାଦେବୀ ପୂଜା, ସନ୍ଧ୍ୟାରେ ଆଳତି ଓ ପ୍ରବଚନ ଅନୁଷ୍ଠିତ ହୋଇଥିଲା । ଗୁରୁବାର ସୂର୍ଯ୍ୟପୂଜା, ଗୋ ପୂଜା, ଶ୍ରୀ ହନୁମାନ ଜୀଉ ଙ୍କ ଷୋଡ଼ଶ ଉପଚାର ପୂଜା, ସନ୍ଧ୍ୟାରେ ପୂର୍ଣ୍ଣାହୂତି ପରେ ଉତ୍ସବ ଉଦଯାପିତ ହୋଇ ଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲାଙ୍କ ପ୍ରତିନିଧି ସଂଜୟ ଅଗ୍ରୱାଲା ଯୋଗ ଦେଇ ଶ୍ରୀ ହନୁମାନ ଜୀଉ ଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତେଣ୍ଡାକୁଡ଼ା ପଂଚାୟତର ସରପଂଚ ମାନସ କୁମାର ରାଉତ, ଗରଦପୁର ବ୍ଲକ୍ ବିଜେଡ଼ି ସଭାପତି ଶଶାଙ୍କ ଶେଖର ପରିଡ଼ା, ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ, ଯୁବ ନେତା ସୟଦ ଜମିଲ ଅକତର , କଳ୍ପନା ବେଉରା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

 

About admin

Check Also

ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?

ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …

Leave a Reply

Your email address will not be published. Required fields are marked *