ମାହାଙ୍ଗା , ୦୫/୦୫/୨୦୨୨( ଓଡିଶା ସମାଚାର / ଅଭୟ ଜେନା) – ପବିତ୍ର ଅକ୍ଷୟ ତୃତୀୟା ଓଡିଶା ର ଏକ କୃଷିଭିତିକ ପର୍ବ । ଏହି ପବିତ୍ର ଦିନ ରେ, କୃଷକ କ୍ଷେତରେ ପୂଜାକରି ଅଖିମୁଠି ଅନୁକୂଳ କରିଧାନ ବୁଣା କାର୍ୟ୍ୟ ର ଶୁଭାରମ୍ଭ କରି ଥାଏ। ଏହି ଅବସରରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମଣିଯୋରି ଗ୍ରାମରେ ଏକ ନିଆରା ପରମ୍ପରା ପାଳନ କରାଯାଏ। ସାଧାରଣତଃ ମନ୍ଦିରରେ ଦେବାଦେବୀ ମାନଙ୍କର ପ୍ରତିମୂର୍ତ୍ତି ପୂଜା ପାଉଥିବା ବେଳେ, ଏଠାରେ କିନ୍ତୁ କୃଷକ ମନ୍ଦିରରେ କୃଷକଙ୍କର ପ୍ରତିମୂର୍ତ୍ତି ପୂଜା ପାଇଥାଆନ୍ତି। ମୁଣ୍ଡରେ ଟୋପି ଆଉ କାନ୍ଧରେ ଲଙ୍ଗଳ ।ଏ ହେଉଛନ୍ତି କୃଷକ ଙ୍କ ର ‘ପ୍ରତୀକ ଦେବତା’ । ଆମ ସମସ୍ତଙ୍କ ଅନ୍ନଦାତା ” କୃଷକ ଦେଵତା” । ଏହି ମନ୍ଦିର ୨୦୦୫ ମସିହାରେ ସ୍ଥାପନ କରାଯାଇଥିଲା। ଏହା ସାରା ଭାରତ ବର୍ଷରେ ପ୍ରଥମ କୃଷକ ମନ୍ଦିର ଭାବେ ଉନ୍ମୋଚିତ ହୋଇଥିଲା। ସେବେ ଠାରୁ ପ୍ରତି ବର୍ଷ ଅକ୍ଷୟ ତୃତୀୟା ଅବସରରେ କୃଷକ ମନ୍ଦିରରେ କୃଷକ ଦେଵତା ଙ୍କୁ ନୂତନ ବସ୍ତ୍ର ପରିଧାନ ପୂର୍ବକ ପୂଜାର୍ଚ୍ଚନା ଓ ସଂକୀର୍ତନ ଆଦି କାରାଯାଇ କ୍ଷେତରେ ଅଖିମୁଠି ଅନୁକୂଳ କରାଯାଇଥାଏ । ଏହି ଅଞ୍ଚଳର ଚାଷୀମାନେ ଚାଷ ଅନୁକୂଳ କରିବା ପୂର୍ବରୁ କୃଷକ ମନ୍ଦିର ରେ ପ୍ରଥମେ ପୂଜା କରିଥାନ୍ତି।ଏହାହିଁ ଏକ ନିଆରା ପରମ୍ପରା, ଯାହା ସମଗ୍ର ଭାରତବର୍ଷ ରେ ଅନନ୍ୟ । ଏହି ମାହାଙ୍ଗା ମାଟି ଧନ୍ୟ ଯେଉଁଠି କୃଷକ ଙ୍କୁ ଦେବତା ଭାବେ ପୂଜା କରାଯାଏ । ଓଡ଼ିଶା ସମାଚାର
