ଜୁନାଗଡ଼,୨୭/୦୪/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ)- ଡିସିବି ବ୍ୟାଙ୍କର ଗ୍ରାହକ ମେଳା ଜୁନାଗଡ଼ ବ୍ରାଞ୍ଚ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏହି ମେଳାରେ ବ୍ୟବସାୟୀ ଓ ସାଧାରଣ ଲୋକ କିପରି ବ୍ୟାଙ୍କର ବିଭିନ୍ନ ସୁବିଧା ପାଇପାରିବେ ସେନେଇ ଆଲୋଚନା ହୋଇଥିଲା। ଋଣ, ବୀମା ଓ ସୁରକ୍ଷିତ ବ୍ୟାଙ୍କ କାରବାର ଯେପରି ଗ୍ରାହକ ପାଇପାରିବେ ସେଥିନେଇ ବ୍ୟାଙ୍କ ଯତ୍ନବାନ ଅଛିବୋଲି ଉପସ୍ଥିତ ଅଧିକାରୀ ଅବଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ପ୍ରବନ୍ଧକ ଗୌରୀଶଙ୍କର ସାମନ୍ତରାୟ, କ୍ଳଷ୍ଟର ମୁଖ୍ୟ ସୁଶାନ୍ତ ବିଶ୍ୱାଳ, ପ୍ରମୁଖ ଉପସ୍ଥିତ ରହି ଥିବାବେଳେ ଶାଖା ପରିଚାଳକ ସୁଧାଂଶୁଶେଖର ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ଅନେକ ବ୍ୟବସାୟୀ ଓ ଜନସାଧାରଣ ଯୋଗଦେଇଥିଲେ। ଓଡ଼ିଶା ସମାଚାର