Thursday , August 18 2022
Breaking News
Home / ଶିକ୍ଷା / ୨୭ ତାରିଖ ଠାରୁ ମଇଁ ୨ ତାରିଖ ଯାଏ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ କ୍ଲାସ୍ ବନ୍ଦ ରହିବ – ପରୀକ୍ଷା, ମୂଲ୍ୟାୟନ ଆଦି କାର୍ଯ୍ୟ ଜାରି ରହିବ

୨୭ ତାରିଖ ଠାରୁ ମଇଁ ୨ ତାରିଖ ଯାଏ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ କ୍ଲାସ୍ ବନ୍ଦ ରହିବ – ପରୀକ୍ଷା, ମୂଲ୍ୟାୟନ ଆଦି କାର୍ଯ୍ୟ ଜାରି ରହିବ

ଭୁବନେଶ୍ୱର,୨୬/୦୪/୨୦୨୨(ଓଡ଼ିଶା ସମାଚାର)- ଆସନ୍ତାକାଲି ୨୭ ତାରିଖ ଠାରୁ ମଇଁ ୨ ତାରିଖ ଯାଏ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ କ୍ଲାସ୍ ବନ୍ଦ ରହିବ। ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ କୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।କାଲିଠାରୁ ୟୁଜି/ପିଜି କ୍ଲାସ ବନ୍ଦ ରହିବ। ତେବେ ପରୀକ୍ଷା, ମୂଲ୍ୟାୟନ ଆଦି କାର୍ଯ୍ୟ ଜାରି ରହିବ।
ସୂଚନାଯୋଗ୍ୟ, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲରୁ ୨୬ରୁ ୩୦ ପର୍ୟ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ, ଘରୋଇ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଲାଗି ଏହି ନିୟମ ଲାଗୁ ହୋଇଛି। ମାତ୍ର ଏହି ସମୟ ମଧ୍ୟରେ ଦଶମ ଓ ଯୁକ୍ତ୨ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟସୂଚୀ ମୁତାବକ ଅନୁଷ୍ଠିତ ହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ବିଭାଗ ଅଧୀନ ସମସ୍ତ ନିର୍ଦେଶାଳୟକୁ ଅବଗତ କରାଇଥିଲେ। ଓଡ଼ିଶା ସମାଚାର

About admin

Check Also

କଲେଜ କଳା ବିଭାଗର ଟପ୍ପର ସୁପ୍ରଭା ଅଧ୍ୟାପିକା ହେବେ

କେନ୍ଦ୍ରାପଡା, ୧୩/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ କଳା ବିଭାଗର ଶିକ୍ଷା ସମ୍ମାନ ଛାତ୍ରୀ ସୁପ୍ରଭା …

Leave a Reply

Your email address will not be published.