Tuesday , September 27 2022
Breaking News
Home / ବିଶେଷ / ମାହାଙ୍ଗା : ଥାନାରେ ଅଭିଯୋଗ ସତ୍ୱେ ଦଳିତ ପରିବାର କୁ ଧମକଦେଉଛି  ଅଭିଯୁକ୍ତ

ମାହାଙ୍ଗା : ଥାନାରେ ଅଭିଯୋଗ ସତ୍ୱେ ଦଳିତ ପରିବାର କୁ ଧମକଦେଉଛି  ଅଭିଯୁକ୍ତ

ମାହାଙ୍ଗା , ୨୬/୦୪/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )-ମାହାଙ୍ଗା ଥାନା ଲଳିତଗିରି ପଂଚାୟତ ର ଏକ ଦଳିତ ପରିବାର ଉପଯୁକ୍ତନ୍ୟାୟ ପାଇବା ନିମନ୍ତେ ସାଲେପୁର ଏସ ଡି ପି ଓ ଙ୍କୁ ଅଭିଯୋଗ  କରିଛନ୍ତି  ।  ମାହାଙ୍ଗା ଥାନା ଲଳିତ ଗିରି ପଂଚାୟତ ୪ନମ୍ବର ୱାର୍ଡ ର ମହିଳା ୱାର୍ଡ ମେମ୍ବର ଡଲି ବେହେରା  ଙ୍କୁ ପଂଚାୟତ ର ପୂର୍ବତନ ସରପଞ୍ଚ ତାଙ୍କୁ ମାଡ଼ ଦେବା ସହ ଜୀବନରେ ମାରିଦେବାକୁ ଧମକ ଦେବାନେଇ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ବିଭିନ୍ନ ଦଫା ରେ ଏକ କେସ ରୁଜୁ କରିଥିଲେ । ମାତ୍ର ଅଭିଯୁକ୍ତ ପୁନର୍ବାର ୱାର୍ଡ ମେମ୍ବର ଙ୍କ ପରିବାର ଉପରେ ଆକ୍ରମଣ ପାଇଁ ଧମକ ଦେବା ସହ କବାଟ ବାଡେଇ ଘରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଏହି ଘଟଣା ରେ ପୀଡିତ ଦଳିତ ପରିବାର ଅତ୍ୟନ୍ତ ଭୟଭୀତ ହୋଇ ସାଲେପୁର ଆସି କାର୍ୟ୍ୟାନୁଷ୍ଠାନ  ନିମନ୍ତେ ଏସ ଡି ପି ଓ ଙ୍କୁ ନିବେଦନ କରିଛନ୍ତି । ଏଥିନେଇ ମାହାଙ୍ଗା ଥାନା ପୋଲିସ  ପୀଡିତ ପରିବାର କୁ ସହାୟତା ଯୋଗାଇ ଦେବେ ବୋଲି ଏସ ଡି ପି ଓ  ପ୍ରତିଶୃତି ଦେଇଥିବା ଜଣାପଡିଛି  । ଓଡ଼ିଶା ସମାଚାର

Leave a Reply

Your email address will not be published.