Thursday , August 18 2022
Breaking News
Home / ଶିକ୍ଷା / ଫାଇଭ ଟି ବିଦ୍ୟାଳୟ ରୂପାନ୍ତରିଣ କାର୍ଯ୍ୟ ନମ୍ନ ମାନର ଅଭିଯୋଗ

ଫାଇଭ ଟି ବିଦ୍ୟାଳୟ ରୂପାନ୍ତରିଣ କାର୍ଯ୍ୟ ନମ୍ନ ମାନର ଅଭିଯୋଗ

ଗରଦପୁର,୨୬/୦୪/୨୦୨୨( ଓଡ଼ିଶା ସମାଚାର )- ସରକାରୀ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ଆକର୍ଷିତ କରିବା ପାଇଁ ତଥା ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସରକାର ବିଭିନ୍ନ ବିଷୟରେ ଶିକ୍ଷକ ନିଯୁକ୍ତି ସହିତ ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ ଓ ବିଦ୍ୟାଳୟ ରୂପାନ୍ତରିକରଣ କାର୍ଯ୍ୟ ଜାରି ରଖିଛନ୍ତି । ସେହି କ୍ରମରେ ଗରଦପୁର ବ୍ଲକ୍ ର ୧୦ ଟି ରୁ ଉଦ୍ଧ୍ୱର୍ ବିଦ୍ୟାଳୟ ରେ ଫାଇଭ ଟି ଅଧିନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟ କରାଯାଉଛି । ହେଲେ ଗରଦପୁର ବ୍ଲକ୍ ଅନ୍ତର୍ଗତ ରାଏସର ଖରିସାଣ ଉଚ୍ଚ ବିଦ୍ୟାଳୟ ଓ ତଳକୁସୁମାା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ କାର୍ଯ୍ୟ ନିମ୍ନ ମାନର ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ବ୍ଲକ୍ ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ଚିନାରା , ଜେଇ ଶୁଭଶ୍ରୀ ସ୍ୱାଇଁ, ଜେଇ ସ୍ୱେତପଦ୍ମା ମହାନ୍ତି ପ୍ରମୁଖ ଘଟଣାସ୍ଥଳକୁ ଯାଇ ରୂପାନ୍ତରୀଣ କାର୍ଯ୍ୟର ତଦାରଖ କରିଛନ୍ତି । ବିଦ୍ୟାଳୟରେ କରାଯାଉଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ , ରଙ୍ଗ, କମ୍ୟୁନିଟି ପାଇଖାନା , ବିଦ୍ୟାଳୟ ଚଟାଣ, ଶ୍ରେଣୀ ଗୃହ , ବିଜ୍ଞାନଗାର,ବିଦ୍ୟୁତିକରଣ, ଶ୍ରେଣୀଗୃହରେ ପ୍ରୋଜେକ୍ଟର ମାଧ୍ୟମରେ ପାଠପଢ଼ା ଓ ଲାଇବ୍ରେରୀ ଆଦି ର ରୂପାନ୍ତରୀଣ କାର୍ଯ୍ୟ ସନ୍ତୋଷ ଜନକ ହେଉନଥିବା ଉପଲବ୍ଧô କରି ଅଧ୍ୟକ୍ଷ ଶ୍ରୀ ମହାରାଜ ଅସନ୍ତୋଷ ପ୍ରକାଶ କରିଥିଲେ । କାର୍ଯ୍ୟର ମାନ ସଠିକ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଶ୍ରୀ ମହାରାଜ ନିର୍ଦ୍ଧେଶ ଦେଇଥିଲେ । ଏହି ସମୟରେ ବିଦ୍ରାଳୟର ପ୍ରଧାନ ଶିକ୍ଷକ ଙ୍କ ସମେତ ତଳକୁସୁମା ସରପଂଚ ପ୍ରଭାତ ନଳିନୀ ଜେନା, ପଳସୁଧା ସରପଂଚ ଶ୍ରୀରାଧା ବନୋଜା ବାସିନୀ ଜେନା ,ପଳସୁଧା ସମିତି ସଭ୍ୟ ନର୍ଗିସ ବିବି ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କଲେଜ କଳା ବିଭାଗର ଟପ୍ପର ସୁପ୍ରଭା ଅଧ୍ୟାପିକା ହେବେ

କେନ୍ଦ୍ରାପଡା, ୧୩/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ କଳା ବିଭାଗର ଶିକ୍ଷା ସମ୍ମାନ ଛାତ୍ରୀ ସୁପ୍ରଭା …

Leave a Reply

Your email address will not be published.