Tuesday , September 27 2022
Breaking News
Home / ବିଶେଷ / ପ୍ୟାରୀମୋହନ ଯୁବ ପରିଷଦ ପକ୍ଷରୁ ସପ୍ତ ଦିବସୀୟ ଜଳସେବା

ପ୍ୟାରୀମୋହନ ଯୁବ ପରିଷଦ ପକ୍ଷରୁ ସପ୍ତ ଦିବସୀୟ ଜଳସେବା

ମାହାଙ୍ଗା, ୨୬/୦୪/୨୦୨୨( ଓଡ଼ିଶା ସମାଚାର )- ଗ୍ରୀଷ୍ମର ଉତ୍ସ୍ନ ମଧ୍ୟାହ୍ନରେ ତୃଷାର୍ତ୍ତ ବାଟୋଇର ତୃଷ୍ଣା ମେଣ୍ଟାଇବା ଅବସରରେ ପ୍ୟାରୀମୋହନ ଯୁବ ପରିଷଦ,ପଶୁଲୁଣ୍ଡା କର୍ମୀମାନଙ୍କର ଅନନ୍ୟ ଜଳସେବା । ସାଲେପୁର-ଛତିଆ ମୁଖ୍ୟରାସ୍ତାର ପଶୁଲୁଣ୍ଡା-କୁଆଁପାଳ ରାସ୍ତାର ଗୋବରୀ ପୋଲ ଛକ ନିକଟସ୍ଥ ଗୋପବନ୍ଧୁ ବଜାରଠାରେ ସ୍ଥାନୀୟ ପ୍ୟାରୀମୋହନ ଯୁବ ପରିଷଦ ଆନୁକୁଲ୍ୟରେ ସପ୍ତ ଦିବସୀୟ ବ୍ୟାପୀ ଜଳସେବା କାର୍ୟ୍ୟକର୍ମ ଆୟୋଜିତ ହୋଇଛି । ସାଧାରଣତଃ ତିନୋଟି ନିର୍ବାଚନ ମଣ୍ଡଳୀର ମୁଖ୍ୟ ସଂଯୋଗିକରଣ ରାସ୍ତା ହୋଇଥିବାରୁ ପ୍ରତ୍ୟେକଦିନ ଉକ୍ତ ରାସ୍ତା ରେ ଅନେକ ଲୋକ ଯିବାଆସିବା କରିଥାନ୍ତି । ଏବର୍ଷର ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ବାଟୋଇଙ୍କର ଶୋଷ ମେଣ୍ଟାଇବା ପାଇଁ ଯୁବ ପରିଷଦର କର୍ମୀମାନେ ପ୍ରତ୍ୟେକଦିନ ଦହିପାଣି ସେବା ପ୍ରଦାନକରି ଆସୁଛନ୍ତି । ଉକ୍ତ କାର୍ୟ୍ୟକ୍ରମରେ ଯୁବ ପରିଷଦର କର୍ମୀ ଗୋବିନ୍ଦ ଚନ୍ଦ୍ର ମହାନ୍ତି( ସମ୍ପାଦକ), ସତ୍ୟଜିତ ମହାନ୍ତି, ଅଭିଜିତ ମହାନ୍ତି, ଦୀପକ କୁମାର ମହାନ୍ତି, ଚନ୍ଦ୍ରଶେଖର ମହାନ୍ତି,ପିତବାସ ମହାନ୍ତି,ବିଶ୍ୱଜିତ୍ ମହାନ୍ତି,ଅଭିଷେକ ଘୋଷାଲ୍ ସକ୍ରିୟ ସହାୟତା ପ୍ରଦାନ କରିଆସୁଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.