Thursday , August 18 2022
Breaking News
Home / ଶିକ୍ଷା / ୫ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କଲେ ସରକାର – ପରୀକ୍ଷା ଚାଲୁ ରହିବ

୫ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କଲେ ସରକାର – ପରୀକ୍ଷା ଚାଲୁ ରହିବ

ଭୁବନେଶ୍ୱର, ୨୫/୦୪/୨୦୨୨( ଓଡ଼ିଶା ସମାଚାର )- ଆସନ୍ତାକାଲି ୨୬ ତାରିଖ ଠାରୁ ୩୦ ତାରିଖ ପର୍ୟ୍ୟନ୍ତ ୫ ଦିନ ପାଇଁ ସ୍କୁଲ ଛୁଟି । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସ୍କୁଲ ଛୁଟି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି । ତେବେ ସ୍କୁଲ ଛୁଟି ହେଲେ ମଧ୍ୟ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ଚାଲୁ ରହିବ ବୋଲି ସୂଚନା ଦିଆଯାଇଛି। ଓଡ଼ିଶା ସମାଚାର

About admin

Check Also

କଲେଜ କଳା ବିଭାଗର ଟପ୍ପର ସୁପ୍ରଭା ଅଧ୍ୟାପିକା ହେବେ

କେନ୍ଦ୍ରାପଡା, ୧୩/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ କଳା ବିଭାଗର ଶିକ୍ଷା ସମ୍ମାନ ଛାତ୍ରୀ ସୁପ୍ରଭା …

Leave a Reply

Your email address will not be published.