ଗରଦପୁର,୨୫/୦୪/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ସ୍ଥାନୀୟ ପାଟକୁରା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବିଜ୍ଞାନ ମେଳା କମିଟିର ସଂଯୋଜକ ତଥା ପାଟକୁରା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଳୟ କୁମାର ପାଣି ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ବିଧାୟିକା ଙ୍କ ପ୍ରତିନିଧି ସଂଜୟ ଅଗ୍ରୱାଲା ଯୋଗଦେଇ ମେଳାକୁ ଉଦଘାଟନ କରିଥିଲେ । ଉତ୍ସବରେ ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ଅଜୟ କୁମାର ସେଠୀ , ପ୍ରାଧ୍ୟାପକ ପ୍ରଭାତ କୁମାର ଲେଙ୍କା , ସମାଜସେବୀ ଭଗବାନ ଜେନା , ଏବିଇଓ ଗତିକୃଷ୍ଣ ଦାସ ପ୍ରମୁଖ ଯୋଗ ଦେଇ ବିଜ୍ଞାନ ମେଳାର ଲକ୍ଷ ଓ ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟରେ ପାଠ ପଢ଼ୁଥିବା କୁନି କୁନି ଛାତ୍ର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା , ବେଅଜ୍ଞାନିକ ହେବାର ପ୍ରେରଣା ଯୋଗାଇବା ସହିତ ଦୈନନ୍ଦିନ ଜିୀବନରେ ବିଜ୍ଞାନର ଭୂମିକା ସମ୍ପର୍କରେ ବକ୍ତାମାନେ ଛାତ୍ର ଛାତ୍ରୀ ଙ୍କ ବିଷଦ ଭାବରେ ବୁଝାଇଥିଲେ । ଏହି ମେଳାରେ ବିଭିନ୍ନ ବିଦ୍ୟାଳୟର ୬୦ ରୁ ଉଦ୍ଧ୍ୱର୍ ଷ୍ଟଲ ପଡ଼ିଥିଲା । ମାର୍ଶାଘାଇ ମହାବିଦ୍ୟାଳୟ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଶ୍ରୀ ଲେଙ୍କା ନିରୀକ୍ଷକ ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ନିରୀକ୍ଷଣ କରିଥିଲେ । ପରେ ଆୟୋଜିତ ଉଦଯାପନ ଉତ୍ସବରେ ପାଟକୁରା ପଂଚାୟତର ସରପଂଚ ଗୀତାଂଜଳୀ ମହାନ୍ତି ଓ ସମିତି ସଭ୍ୟ ରାକେଶ କୁମାର ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମୋ ସ୍କୁଲ ର ସଭାପତି ରମେଶ ସାମନ୍ତ ସିଂହାର, ଅଲେଖ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଉତ୍ସବରେ ବିଜ୍ଞାନ ଶିକ୍ଷୟିତ୍ରୀ ରୀନାବାଳା ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଏବିଇଓ ମନୋରଂଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର
