Tuesday , September 27 2022
Breaking News
Home / ବିଶେଷ / ତଳକୁସୁମା ପଂଚାୟତରେ ପଲ୍ଲୀରେ ପ୍ରଶାସନ 

ତଳକୁସୁମା ପଂଚାୟତରେ ପଲ୍ଲୀରେ ପ୍ରଶାସନ 

ଗରଦପୁର,୨୫/୦୪/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତଳକୁସୁମା ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମକୁ ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପଂଚାୟତର ସରପଂଚ ପ୍ରଭାତ ନଳିନୀ ଜେନା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଏଥିରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ନିଜ ନିଜ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ଜନ ସାଧାରଣଙ୍କୁ ସଚେତନ କରିଥିଲେ । ଏଥିରେ ବ୍ଲକ୍ ମିଶନ୍ ଶକ୍ତି , ମତ୍ସ୍ୟ ସମ୍ପଦ ବିଭାଗ, ମୋବାଇଲ ଆଧାର ଲିଙ୍କ, ନୀରାମୟ, ଯୋଗାଣ, ଭିନ୍ନକ୍ଷମ ସଶକ୍ତିକରଣ, ମହିଳା ସ୍ୱୟଂ ସହାୟକ ଗୋଷ୍ଠି, କୃଷି, ଉଦ୍ୟାନ ବିଭାଗ ଆଦି ଷ୍ଟଲ ମାଧ୍ୟମରେ ଅଂଶ ଗ୍ରହଣ କରିଥିଲେ । ତଳକୁସୁମା ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ଟୁଡ଼ୁ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.