Tuesday , September 27 2022
Breaking News
Home / ବିଶେଷ / ପ୍ୟାରୀମୋହନ ଯୁବ ପରିଷଦ ପକ୍ଷରୁ ବଣୁଆ ଠାରେ ସଫେଇ

ପ୍ୟାରୀମୋହନ ଯୁବ ପରିଷଦ ପକ୍ଷରୁ ବଣୁଆ ଠାରେ ସଫେଇ

ମାହାଙ୍ଗା ୨୪/୦୪/୨୦୨୨( ଓଡ଼ିଶା ସମାଚାର )-ମାହାଙ୍ଗା ବ୍ଲକ ଅନ୍ତର୍ଗତ ପଶୁଲୁଣ୍ଡା ଗ୍ରାମର ପ୍ୟାରୀମୋହନ ଯୁବପରିଷଦ ପକ୍ଷରୁ ବଣୁଆ ମହାପୁରୁଷଙ୍କ ପୀଠରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।

ବଣୁଆ ମହାପୁରୁଷ ପୀଠରେ ୫ ଦିନ ବ୍ୟାପି ଯଜ୍ଞ ଅନୁଷ୍ଠିତ ଫଳରେ ସ୍ଥାନୀୟ ଅଞ୍ଚଳରେ ବହୁ ପରିମାଣରେ ଅଳିଆ ଭର୍ତ୍ତି ହୋଇଯାଇଥିଲା । ପ୍ୟାରୀମୋହନ ଯୁବ ପରିଷଦର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ସଭ୍ୟମାନେ ଯଥା ସତ୍ୟଜିତ ମହାନ୍ତି, ପିତବାସ ମହାନ୍ତି, ଅଭିଜିତ ମହାନ୍ତି, ଗୁରୁଦେବ ମହାନ୍ତି, ବିଶ୍ୱଜିତ୍ ମହାନ୍ତି, ଅଭିଷେକ ଘୋଷାଲ, ହରିହର ସେଠୀ, ମହେଶ୍ୱର ଜେନା ପ୍ରମୁଖ ବଣୁଆ ପୀଠରେ ପହଞ୍ଚି ଅଳିଆ ଗୁଡ଼ିକ ସଫା କରି ପୂର୍ବାବସ୍ଥାକୁ ଫେରାଇ ଆଣିଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.