ଗରଦପୁର, ୨୩/୦୪/୨୦୨୨( ଓଡ଼ିଶା ସମାଚାର )-ଗରଦପୁର ବ୍ଲକ୍ ଅନ୍ତର୍ଗତ କଳାବୁଦା ପଂଚାୟତସ୍ଥିତ କଳାବୁଦା ଗ୍ରାମରେ ଅବସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ୁଥିବା ଶତାଧିକ ଛାତ୍ର ଛାତ୍ରୀଙ୍କ ଜୀବନ ବିପଦପୂର୍ଣ୍ଣ ହୋଇ ପଡ଼ିଛି ବିଦ୍ୟାଳୟ ମଧ୍ୟ ଭାଗରେ ନବ ନିର୍ମିତ ଚି୍ରତ୍ରୋତ୍ପଳା ଦକ୍ଷିଣ ପାଶ୍ୱର୍ କେନାଲ ପାଇଁ ଏଭଳି ସ୍ଥିତି ହୋଇଛି । ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକମାନେ କେନାଲ ନିର୍ମାଣ କରୁଥିବା ଠିକାଦାରଙ୍କ ପାଖରେ ବାରମ୍ବାର ଆପତି ଅଭିଯୋଗ କଲେ ମଧ୍ୟ ସ୍ଥିତି ସୁଧୁରିନଥିବାରୁ ଅଭିଭାବକମାନେ ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଛାତ୍ର ଛାତ୍ରୀଙ୍କୁ ଛାଡ଼ିବାକୁ ଦ୍ୱିଧାଗ୍ରସ୍ତ ହୋଇପଡ଼ିଲେଣି । ଉଲେଖନୀୟ ଏହିକି କଳାବୁଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧ମ ରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ଏଥିରେ ୧୦୩ ଛାତ୍ର ଛାତ୍ରୀ ପାଠ ପଢ଼ୁଛନ୍ତି । ୧୯୫୫ ମସିହାରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟ ରେ ଏବେ ଗୋଟିଏ ପକା ଗୃହ ଏବଂ ଅନ୍ୟଟି ଆଜବେଷ୍ଟସ ଶ୍ରେଣୀଗୃହ ରହିଛି । ଏହି ୨ ଟି ଗୃହ ମଧ୍ୟ ଦେଇ ଚି୍ରତ୍ରୋତ୍ପଳା ଦକ୍ଷିଣ ପାଶ୍ୱର୍ ମୁଖ୍ୟ କେନାଲ ଏବେ ଖନନ କରାଯାଇଛି । ଅବଶ୍ୟ ଛାତ୍ର ଛାତ୍ରୀଙ୍କୁ ସୁରକ୍ଷା ଦେବାକୁ ଏଠାରେ କେନାଲ ଉପରେ ଏକ ପକା ପୋଲ ନିର୍ମାଣ କରାଯାଇଛି । ଏହି ପୋଲ ର ଉଭୟ ପାଶ୍ୱର୍ରେ ବିରାଟ ଖାଲ ଖମା ରହିଛି । ପୋଲ ଉଦ୍ଧ୍ୱର୍ଗାମୀ ଥିବାବେଳେ ସ୍କୁଲ ବାରଣ୍ଡା ୪ ରୁ ୫ ଫୁଟ ତଳେ ନିଚା ହୋଇ ରହିଛି । ଫଳରେ ଛାତ୍ର ଛାତ୍ରୀମାନେ ସେଠାରେ ଉଭୟ ଶ୍ରେଣୀ ଗୃହକୁ ଯାଇ ପାଠ ପଢ଼ିବାରେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୩ ଜଣ ଛାତ୍ର ଛାତ୍ରୀ ଏଭଳି ଅବସ୍ଥାରେ ପଡ଼ି ଆହତ ମଧ୍ୟ ହୋଇଛନ୍ତି । ମଧ୍ୟାହ୍ନ ଭୋଜନ ଆଦି ପ୍ରସ୍ତୁତ କରିବାରେ ସ୍କୁଲ କର୍ତୃପକ୍ଷ ମଧ୍ୟ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି । ବିଦ୍ୟାଳୟର ଏକମାତ୍ର ନଳକୂପକୁ ଉଠାଇ ଦିଆଯାଇଛି । ଏ ସମ୍ପର୍କରେ ଗ୍ରାମବାସୀ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ମହାନଦୀ ଚିତ୍ରୋତ୍ପଳା ତ୍ରିକୋଣ ଭୂମି କେନାଲ ଡ଼ିଭିଜନ୍ ର ଗରଦପୁର କନିଷ୍ଟ ଯନ୍ତ୍ରୀ ଓ ଏସଡ଼ିଓ ଙ୍କୁ ଲିଖିତ ଅଭିଯୋଗ କରି ଏହାର ସ୍ଥାୟୀ ସମାଧାନ କରିବା ପାଇଁ ଦାବି କରିଛନ୍ତି । ଓଡ଼ିଶା ସମାଚାର
