Tuesday , September 27 2022
Breaking News
Home / ବିଶେଷ / ଫକୀରପଡା ପଞ୍ଚାୟତ ରେ ବିଶ୍ୱଶାନ୍ତି ମହାଯଜ୍ଞ  , ମେଳଣ ଯାତ୍ରା ଓ ଭଜନ ସନ୍ଧ୍ୟା

ଫକୀରପଡା ପଞ୍ଚାୟତ ରେ ବିଶ୍ୱଶାନ୍ତି ମହାଯଜ୍ଞ  , ମେଳଣ ଯାତ୍ରା ଓ ଭଜନ ସନ୍ଧ୍ୟା

କିଶନନଗର, ୨୩/୦୪/୨୦୨୨ (ଓଡିଶା ସମାଚାର /ଅଭୟ ଜେନା )-କଟକ ସଦର ଫକୀରପଡା ପଞ୍ଚାୟତ ରେ ବିଶ୍ୱଶାନ୍ତି ମହାଯଜ୍ଞ , ମେଳଣ ଯାତ୍ରା ଓ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି । ବିଶ୍ୱ ଶାନ୍ତି ଯଜ୍ଞର ପ୍ରଥମ ଦିନ ୧୭ ତାରିଖରେ ଶୁଭ ଅଙ୍କୁରାରୋପଣ , ୧୮ ତାରିଖରେ କଳସ ଶୋଭାଯାତ୍ରା, ଶାଲା ମଣ୍ଡନ,ସୁଯ୍ୟ ପୂଜା, ଅଗ୍ନିସ୍ଥାପନ ଓ ସର୍ବ ଦେବାଦେବୀଙ୍କର ଯଜ୍ଞ ମଣ୍ଡପେ ଆବାହନ ,୧୯ ତାରିଖରେ ଭଗବତଗୀତାରେ ଆହୁତି ପ୍ରଦାନ, ମା ବାରୁଣେଇଙ୍କ ଷୋଡଶ ଉପଚାର ପୂଜା ,ମା ଚଣ୍ଡୀ ଙ୍କର ଆହୁତି ପ୍ରଦାନ ଏବଂ ୨୦ ତାରିଖରେ ଭଗବତ ଗୀତରେ ଆହୁତି ପ୍ରଦାନ,ଭାଗବତ ମେଳଣ , ପୂର୍ଣ୍ଣାହୁତି ପ୍ରଦାନ ,ଘଟ ବିସର୍ଜନ ଓ ପ୍ରସାଦ ସେବନ ର କାଯ୍ୟ ସମ୍ପାଦନ କରାଯାଥିଲା।

ବହୁଦିନରୁ ଅନୁଷ୍ଠିତ ହେଇ ଆସୁଥିବା ପଞ୍ଚାଦିନର କଯ୍ୟକ୍ରମରେ ମା ବରୁଣେଇ ଙ୍କ ପୀଠରେ ଦୁଇ ଦିନ ଧରି ମେଳଣ ଯାତ୍ରା, ବିଶ୍ୱଶାନ୍ତି ଯଜ୍ଞ, ଓଡ଼ିଶା ର ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ଫକୀରପଡା ମାଟିର ପୁଅ ସାରଦା ପ୍ରସନ୍ନ ସାହୁ ଙ୍କ ଦ୍ଵାରା ଭଜନ ସନ୍ଧ୍ୟା ର କଯ୍ୟକ୍ରମ, ନନ୍ଦିଆ ମା ତୋଟାରେ ଦୋଳ ମେଳଣ ଓ ମେଳଣ ଯାତ୍ରା ୧୭ ତାରିଖରୁ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା।

 ଆୟୋଜିତ ହେଇଥିବା ବିଶ୍ୱ ଶାନ୍ତି ଯଜ୍ଞରେ ପଣ୍ଡିତ ପଦ୍ମନାଭ ମିଶ୍ର , ଅନ୍ତର୍ଯ୍ୟାମୀ ହୋତ, ସୁଧୀର ନନ୍ଦ , ଚିତ୍ତ ରଞ୍ଜନ ନନ୍ଦ , ଜ୍ଞାନ ରଞ୍ଜନ ନନ୍ଦ , ପରମେଶ୍ବର ନନ୍ଦ , ମଧୁସୂଦନ ଦାସ  ବିଶ୍ୱଶାନ୍ତି ଯଜ୍ଞର ସମସ୍ତ କାଯ୍ୟ ସମ୍ପାଦନ କରିଥିଲେ ଏବଂ ଗ୍ରାମର ସତ୍ୟଜିତ ପ୍ରଧାନ,କୈଳାଶ ନନ୍ଦ,ଲୋକନାଥ ସାହୁ ,ଜୀବନ ପଣ୍ଡା , ଶିବ ପ୍ରସାଦ ସାହୁ,ଧୀରେନ୍ଦ୍ର ସ୍ୱାଇଁ , ବାବାଜୀ ରାଉତ ଙ୍କ ସମେତ ସମସ୍ତ କର୍ମକର୍ତ୍ତା ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଓଡିଶା ସମାଚାର

Leave a Reply

Your email address will not be published.