Tuesday , September 27 2022
Breaking News
Home / ବିଶେଷ / ନିଶୁଳ୍କ ଆଣ୍ଠୁଗଣ୍ଠି ରୋଗ ପରୀକ୍ଷା ଶିବିର

ନିଶୁଳ୍କ ଆଣ୍ଠୁଗଣ୍ଠି ରୋଗ ପରୀକ୍ଷା ଶିବିର

ଜୁନାଗଡ଼, ୨୩/୦୪/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ )-ଜୁନାଗଡ଼ ସାଇତରଙ୍ଗ ମଲ୍ଟିସ୍ପେଶାଲିଟି କ୍ଲିନିକ ଆଣ୍ଡ ହସ୍ପିଟାଲ ଠାରେ ନିଶୁଳ୍କ ଆଣ୍ଠୁଗଣ୍ଠି ରୋଗ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ବିଶାଖାପାଟଣା ଆପୋଲୋ ହସ୍ପିଟାଲର ପ୍ରସିଦ୍ଧ ଅର୍ଥପେଡିକ ସର୍ଜନ ଡାକ୍ତର ରବିଚନ୍ଦ୍ର ଭାଟିପାଲି ଯୋଗଦେଇ ଶତାଧିକ ରୋଗୀଙ୍କୁ ମାଗଣା ପରୀକ୍ଷା  କରିଥିଲେ। ଏହି ମାଗଣା ଚିକିତ୍ସା ଶିବିରରେ କଳାହାଣ୍ଡି ଜିଲ୍ଲାର ଅନେକ ରୋଗୀ ଉପକୃତ ହୋଇଥିଲେ।ଏଥିରେ ମୁଖ୍ୟ ଅତିଥି ଭାବେ ଚେନ୍ନାଇ ର ପ୍ରସିଦ୍ଧ ଡାକ୍ତର ସୌମେନ୍ଦ୍ର ପରିଡା ଯୋଗଦାନ କରିଥିବାବେଳେ ଡାକ୍ତର ଶିଳ୍ପୀ ଦାସ ଏହାର ତଦାରଖ କରିଥିଲେ।ଏହି ଶିବିରରେ ବିଜୁ ସ୍ୱାସ୍ଥ ବୀମା କାର୍ଡ ଧାରୀ ମାନଙ୍କୁ ମାଗଣାରେ ରୋଗ ପରୀକ୍ଷା କରାଇ ଔଷଧ ଦିଆଯାଇଥିଲା। ଆଗାମୀ ଦିନରେ ଏହି ହସ୍ପିଟାଲ ମାଧ୍ୟମରେ ଦେଶର ପ୍ରସିଦ୍ଧ ହସ୍ପିଟାଲର ବିଭିନ୍ନ ରୋଗର ବିଶେଷଜ୍ଞ ଡାକ୍ତରଙ୍କୁ ଅଣାଯାଇ ଲୋକଙ୍କୁ ମାଗଣା ଚିକିତ୍ସା ବ୍ୟବସ୍ଥା ଦିଆଯିବା ଜାରିରହିବ ବୋଲି ପ୍ରୋପାଇଟର ସୁଦାମ ଦାସ ପ୍ରକାଶ କରିଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.