Tuesday , September 27 2022
Breaking News
Home / ବିଶେଷ / ପ୍ରେମ ମାନେ ନାହିଁ ବାଧା ବନ୍ଧନ

ପ୍ରେମ ମାନେ ନାହିଁ ବାଧା ବନ୍ଧନ

ଭୁବନେଶ୍ୱର , ୨୨/୦୪/୨୦୨୨( ଓଡ଼ିଶା ସମାଚାର )- ପ୍ରେମ ମାନେ ନାହିଁ ବାଧା ବନ୍ଧନ । ପ୍ରେମୀ ଯୁଗଳ ହୁଅନ୍ତି ପ୍ରେମାନ୍ଧ । ପ୍ରେମରେ ଅନ୍ଧ ହୋଇଗଲେ ସେ ହରାଇ ବସନ୍ତି ହିତାହିତ ଜ୍ଞାନ । ଏଭଳି ଏକ ଘଟଣା ରାଜଧାନୀରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି । ଜଣେ ବିବାହିତା ମହିଳା ତାଙ୍କ ଗାଡ଼ି ଡ଼୍ରାଇଭର ପ୍ରେମରେ ପାଗଳ ହୋଇ ସ୍ୱାମୀ କୁ ହତ୍ୟା କରିବାକୁ ସୁପାରୀ ଦେଇ ଏବେ ପୋଲିସ କୁ ଚକମା ଦେଖାଇ ଲୁଚକାଳି ଖେଳୁଛି ।
ସୂଚନା ଅନୁସାରେ ଜଣେ ସିନିୟର ରେଲୱେ ଇଲେକ୍ଟ୍ରିକାଲ ଇଞ୍ଜନିୟରଙ୍କର ପତ୍ନୀ ତାଙ୍କର ସ୍ୱାମୀ ଙ୍କୁ ମାରିବା ପାଇଁ ନିଜର ଡ୍ରାଇଭରଙ୍କ ସହିତ ମିଶି ଯୋଜନା କରିଥିଲେ। ଇଞ୍ଜନିୟର ସ୍ୱାମୀ ଙ୍କର ଭୁବନେଶ୍ୱରରୁ ପୁରୀ ବଦଳି ହୋଇଥିଲା । ତେବେ ସ୍ତ୍ରୀ ଭୁବନେଶ୍ୱର ରେ ରହୁଥିବାବେଳେ ଡ଼୍ରାଇଭର ଦେଖାଶୁଣା କରୁଥିଲା । ଏହି ସମୟରେ ପତ୍ନୀ ଙ୍କ ସହିତ ଡ଼୍ରାଇଭର ର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ତେବେ ସ୍ୱାମୀ ଏ ସମ୍ପର୍କରେ ଜାଣିବା ପରେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ କଳହ ଆରମ୍ଭ ହୋଇ ଯାଇଥିଲା।ଯାହା ଫଳରେ ପତ୍ନୀ କଂଟା ସାଜିଥିବା ସ୍ୱାମୀ ଙ୍କୁ ରାସ୍ତା ରୁ ହଟାଇବା ପାଇଁ ଯୋଜନା ଆରମ୍ଭ ହୋଇଯାଇଥିଲା । ପତ୍ନୀ ନିଜ ସ୍ୱାମୀ ଙ୍କୁ ମାରିବା ପାଇଁ ସେହି ଡ଼୍ରାଇଭର ପ୍ରେମିକ ସହିତ ମିଶି ଜଣେ ଅପରାଧିଙ୍କୁ ଏକ ଲକ୍ଷ ଟଙ୍କା ସୂପାରି ଦେଇଥିଲେ।
ସ୍ୱାମୀ ଙ୍କୁ ମାରିବା ପାଇଁ ସୁଇ ଥର ଆକ୍ରମଣ ମଧ୍ୟ ହୋଇ ଥିଲା।ତେବେ କୌଣସି ପ୍ରକାରରେ ସେ ବଞ୍ଚି ଯାଇଥିଲେ।ଏହା ସହିତ ଏ ସମ୍ପର୍କରେ ସେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣା ଉପରେ ପଦକ୍ଷେପ ନେବା ସହିତ ସେହି ଡ଼୍ରାଇଭରଙ୍କୁ ଧରିବାରେ ସଫଳ ହୋଇ ପାରିଛି।ଏବଂ ସେ ମଧ୍ୟ ସମସ୍ତ କଥା ମାନି ନେଇଛନ୍ତି।ବର୍ତ୍ତମାନ ପୋଲିସ ତାଙ୍କର ପତ୍ନୀ ଓ ତାଙ୍କ ଉପରେ ଆକ୍ରମଣ କରିଥିବା ଅପରାଧି ମାନଙ୍କୁ ଖୋଜିବା ପାଇଁ ସମସ୍ତ ପ୍ରୟାସ କରୁଛି ତେବେ ତାଙ୍କର ପତ୍ନୀ ବର୍ତ୍ତମାନ କେଉଁଆଡେ ଫେରାର ହୋଇ ଯାଇଛନ୍ତି । ତାଙ୍କୁ ଗିରଫ କରିବା ପାଇଁ ପୋଲିସ ବର୍ତ୍ତମାନ ସମସ୍ତ ପ୍ରୟାସ କରୁଛି।ଓଡ଼ିଶା ସମାଚାର

Leave a Reply

Your email address will not be published.